ବିରାଟ ପୂରଣ କଲେ ପ୍ରତିଶୃତି, ପ୍ରିୟ ଫ୍ୟାନ ଚାରୁଲତାଙ୍କୁ ମ୍ୟାଚ୍ ଟିକେଟ ସହିତ ପଠାଇଲେ ସ୍ପେଶାଲ ମେସେଜ୍

ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଇସିସି କ୍ରିକେଟ ୱାଲର୍ଡକପ୍ ୨୦୧୯ ମୁକାବିଲାରେ ବିରାଟ କୋହଲୀ ନିଜ ପ୍ରତିଶୃତି ପୂରଣ କରି ଟିମର ସୁପରଫ୍ୟାନ ପାଇଁ ଟିକେଟ ପଠାଇଛନ୍ତି। ଭାରତୀୟ କ୍ରିକେଟ ବୋର୍ଡ ଟ୍ବିଟ କରି ଏହାର ସୂଚନା ଦେଇଛନ୍ତି। ବିରାଟ ୮୭ ବର୍ଷର ଚାରୁଲତା ପଟେଲଙ୍କୁ ମ୍ୟାଚ୍ ଟିକେଟ ପଠାଇବା ସହିତ ଏକ ସ୍ପେଶାଲ ମେସେଜ୍ ମଧ୍ୟ ପଠାଇଛନ୍ତି। ସେଥିରେ ଲେଖାଅଛି,‘ ପ୍ରିୟ ଚାରୁଲତାଜୀ ଆମ ଟିମ ପାଇଁ ଆପଣଙ୍କ ପ୍ରେମ ଏବଂ ଉତ୍ସାହ ପ୍ରେରଣାଦାୟକ ଅଟେ। ମୁଁ ଆଶା କରୁଛି ଆପଣ ନିଜ ପରିବାର ସହିତ ଖେଳର ଆନନ୍ଦ ନିଅନ୍ତୁ। ବହୁତ ସାରା ଭଲ ପାଇବା। ବିରାଟ’

kohli messageଜଣାଇବାକୁ ଚାହିଁବୁ ଇଣ୍ଡିଆ ଏବଂ ବାଂଗଲାଦେଶ ମ୍ୟାଚରେ ଚାରୁଲତା ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିଲେ। ଏହି ସମୟରେ ସେ ଭାରତ ଟିମକୁ ସପୋର୍ଟ କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ।

ଏହା ସହ ପଢ଼ନ୍ତୁ : କ୍ରିକେଟ୍ ଗ୍ରାଉଣ୍ଡରେ ଇମୋସନାଲ୍ ସିନ୍, ବିଜୟ ପରେ ଏହି ଖାସ୍ ଫ୍ୟାନଙ୍କଠୁ ଆଶୀର୍ବାଦ ନେଲେ କ୍ୟାପଟେନ୍ କୋହଲି ଏବଂ…

ବାଂଗଲାଦେଶ ବିରୁଦ୍ଧରେ ମ୍ୟାଚ ଶେଷ ହେବା ପରେ ବିରାଟ ଏବଂ ରୋହିତ ଶର୍ମା ଚାରୁଲତା ପଟେଲଙ୍କୁ ଭେଟିବାକୁ ଯାଇଥିଲେ। କୋହଲୀ ତାଙ୍କ ପାଦ ମଧ୍ୟ ଛୁଇଁଥିଲେ। ରୋହିତ ଶର୍ମା ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ। ଏହି ସମୟରେ ବିରାଟ ତାଙ୍କୁ ଆଗାମୀ ମ୍ୟାଚ ପାଇଁ ଟିକେଟ ଦେବା ପାଇଁ ପ୍ରତିଶୃତି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.