ସୁପରସଣ୍ଡେରେ ସୁପର ମୁକାବିଲା, ଟି୨୦ ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

ସୁପରସଣ୍ଡେରେ ସୁପର ମୁକାବିଲା । ଟି୨୦ ବିଶ୍ବକପରେ ଆଜି ହାଇଭୋଲଟେଜ ଟକ୍ଟର । ଆଉ କିଛି ଘଣ୍ଟା ପରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ । ରାତି ୮ଟାରେ ନ୍ୟୁୟର୍କ ନସାଉ କ୍ରିକେଟ୍ ଷ୍ଟାଡିୟମରେ ହେବ ବିଗ ଫାଇଟ୍ । ମ୍ୟାଚକୁ ନେଇ ସାରା ବିଶ୍ବରେ ଉତ୍କଣ୍ଠା । ତେବେ ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ଆୟୋଜକ ଆମେରିକା ଠାରୁ ସୁପର ଓଭରରେ ହାରି ଯାଇଛି ।

ଅନ୍ୟପଟେ ଭାରତ ତାର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି । ତେଣୁ ସୁପର ଏଇଟକୁ ଯିବା ପାଇଁ ପାକିସ୍ତାନ ପୂରା ଦମରେ ଲାଗିବ ଭାରତକୁ ହରାଇବା ଲାଗି । ଅନ୍ୟପକ୍ଷରେ ଫର୍ମରେ ଥିବା ଯୁବ ଖେଳାଳିମାନଙ୍କୁ ନେଇ ଟିମ୍ ଇଣ୍ଡିଆ ପାକିସ୍ତାନକୁ ମାତ ଦେବା ଲାଗି ପୂରା ପ୍ରସ୍ତୁତ । ପୂର୍ବ ରେକର୍ଡକୁ ଦେଖିଲେ ଆଜିର ମ୍ୟାଚରେ ଭାରତର ପଲା ଭାରି ରହିବ । ଉଭୟ ଦଳ ଟି-୨୦ ବିଶ୍ବକପରେ ପରସ୍ପର ୭ଥର ଭେଟିଛନ୍ତି । ଏଥିରୁ ଭାରତ ୬ଟି ମ୍ୟାଚ ଜିତିଛି। ୨୦୨୨ ଟି-୨୦ ବିଶ୍ବକପରେ ପାକିସ୍ତାନ କଡା ଚ୍ୟାଲେଞ୍ଜ ଦେଇଥିଲା। ତେବେ ବିରାଟ କୋହଲି ଅପରାଜିତ ରହି ଭାରତକୁ ଜିତାଇଥିଲେ ।

Leave A Reply

Your email address will not be published.