ମୁମ୍ବାଇ କ୍ରିକେଟ୍ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍ରେ ନିଧନ, ଷ୍ଟାଡିୟମ୍ରେ ବସି ଦେଖୁଥିଲେ ମ୍ୟାଚ୍

ଟି-୨୦ ବିଶ୍ୱକପ୍ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୬ ରନ୍ରେ ଦମ୍ଦାର ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ୍ ସମୟରେ ଭାରତୀୟ କ୍ରିକେଟ୍ ପାଇଁ ଏକ ଦୁଃଖଦ ଖବର ଆସିଛି ।
ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ଆମେରିକା ଆସିଥିବା ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ)ର ଅଧ୍ୟକ୍ଷ ଅମୋଲ କାଲେଙ୍କର ଏଠାରେ ହୃଦଘାତରେ ନିଧନ ହୋଇଛି । ସେ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖୁଥିଲେ । ମ୍ୟାଚ୍ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା ଏବଂ ହାର୍ଟ ଆଟାକ୍ରେ ତାଙ୍କର ନିଧନ ଘଟିଥିଲା ।