ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର ରହିଥାଏ । ତେବେ ଏହି ସିଡ୍‌ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଳସୀ ମଞ୍ଜିରେ ଥିବା ଓମେଗା – ୩, ଫାଇବର, ପ୍ରୋଟିନ୍ ଏବଂ ହେଲଦି ଫ୍ୟାଟ୍‌ ଶରୀରକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ । ଏଥିରେ ଅନେକ ଛୋଟ ପୋଷକ ତତ୍ତ୍ୱ ରହିଥାଏ ଯାହା ଅନେକ ରୋଗରେ ଶରୀର ପାଇଁ ଉପଯୋଗୀ ହୋଇପାରେ । ହାଡ ଠାରୁ ଆରମ୍ଭ କରି ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଏହାର ବ୍ୟବହାର ବିଷୟରେ ଜାଣିବା ।

ଅନେକ ଗୁଣର ଭଣ୍ଡାର ହୋଇଥାଏ ଅଳସୀ ମଞ୍ଜି :
ଅଳସୀ ମଞ୍ଜି ପୁଷ୍ଟିକର ପରିମାଣରେ ଭରପୂର । ସେଥିରେ ହେଲଦି ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ଏଥିରେ ଥିବା ଏହି ପୋଷକ ତତ୍ତ୍ୱ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେଇଥାଏ ।

ହାଡ ପାଇଁ ଅଳସୀ ମଞ୍ଜି ଉପକାରୀ :
ସୂଚନା ଅନୁଯାୟୀ, ଅଳସୀ ମଞ୍ଜିରେ ଫ୍ୟାଟି ଏସିଡ୍, Ca, P ଥାଏ, ଯାହା ହାଡକୁ ମଜ୍‌ବୁତ କରେ ଏବଂ ଶକ୍ତି ବଢାଇଥାଏ । ତେବେ ଅଳସୀ ମଞ୍ଜି ହାଡ ପାଇଁ ବେଶ୍‌ ଉପକାରୀ ହୋଇଥାଏ । ଏଥିରେ ଥିବା ଲିନୋଲେନିକ୍ ଏସିଡ୍ କ୍ରନିକ୍ ପ୍ରଦାହକୁ କମ୍‌ କରିଥାଏ ଏବଂ ହାଡର ଅଷ୍ଟିଓପୋରୋସିସ୍ କମ୍‌ କରିଥାଏ ।

ଏହି ସମସ୍ୟାଗୁଡ଼ିକରେ ଅଳସୀ ମଞ୍ଜି ମଧ୍ୟ ପ୍ରଭାବଶାଳୀ :
ଓଜନ କମ୍‌ କରିବାରେ ସହାୟକ କରେ : ଓଜନ କମ୍‌ ପ୍ରକ୍ରିୟାରେ ଅଳସୀ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଅଳସୀ ମଞ୍ଜିରେ ଥିବା ଫାଇବର ମେଟାବୋଲିଜିମକୁ ତ୍ୱରାନ୍ୱିତ କରିଥାଏ ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ ।

ମହିଳାମାନଙ୍କ ପାଇଁ ଲାଭଦାୟକ : ଅଳସୀ ମଞ୍ଜି ଖାଇବା ଦ୍ୱାରା ହରମୋନ୍ ରେ ଉନ୍ନତି ହୋଇଥାଏ । ଯାହାଫଳରେ ପିରିୟଡ୍‌ସ ସମୟରେ କ୍ରମ୍ପ୍ କମ୍‌ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ : ଯଦି ଆପଣ କୋଲେଷ୍ଟ୍ରଲ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ଭଜା ହୋଇଥିବା ଅଳସୀ ମଞ୍ଜି ବ୍ୟବହାର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

ଅଳସୀ ମଞ୍ଚି କିପରି ଖାଇବେ ?
ଆପଣ ଅନେକ ଉପାୟରେ ଅଳସୀ ମଞ୍ଜି ଖାଇପାରିବେ । ଆପଣ ଏହାର ଚଟଣି ତିଆରି କରି ଏହାକୁ ଖାଇପାରିବେ କିମ୍ବା ଆପଣ ଏହାର କାଢା ମଧ୍ୟ ତିଆରି କରି ପିଇ ପାରିବେ । ଏଥିପାଇଁ ୧ ରୁ ୨ ଚାମଚ ଅଳସୀ ମଞ୍ଜି ଖାଇବା ଉତ୍ତମ ସ୍ୱାସ୍ଥ୍ୟ ଏବଂ ହରମୋନାଲ ସନ୍ତୁଳନ ପାଇଁ ଆଦର୍ଶ ବୋଲି କୁହାଯାଏ ।

Leave A Reply

Your email address will not be published.