ଟି୨୦ ବିଶ୍ୱକପ ୨୦୨୪ : ପାକିସ୍ତାନ ହାରିବା ପରେ ମଇଦାନରେ କାନ୍ଦି ପକାଇଲେ ନସିମ, ରୋହିତ ଦେଲେ ସାନ୍ତ୍ୱନା

ଟି୨୦ ବିଶ୍ୱକପରେ ବିରାଟ କୋହଲଙ୍କୁ ନିଜ ପ୍ରଥମ ଓଭରରେ ଆଉଟ କରିବା ଦୁନିଆର ସମସ୍ତ ବୋଲରଙ୍କ ପାଇଁ ସ୍ୱପ୍ନ । ଆଉ ଏଭଳି ସ୍ୱପ୍ନକୁ ପୂରଣ କରି ପାକିସ୍ତାନୀ ବୋଲର ନସିମ ଶାହ ବହୁତ ଖୁସି ମଧ୍ୟ ଥିଲେ । କିନ୍ତୁ ଏହି ଖୁସି ଅଧିକ ସମୟ ରହିପାରିନଥିଲା । ଆଉ ମ୍ୟାଚ ଶେଷରେ କାନ୍ଦିଥିଲେ ନସିମ । ନସିମ ବିରାଟ କୋହଲି, ଶିବମ ଦୁବେ ଏବଂ ଅକ୍ଷର ପଟେଲଙ୍କ ଓ୍ଵିକେଟ ନେଇ ଭାରତକୁ ଝଟକା ଦେଇଥିଲେ ।

ଜୁନ୍‌ ୯ରେ ଭାରତ-ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନୀ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚରେ ପାକିସ୍ତାନ ବୋଲର ମଧ୍ୟ କମାଲ୍‌ ବୋଲିଂ କରିଥିଲେ । ଭାରତ ମାତ୍ର ୧୯ ଓଭରରେ ୧୧୯ ରନ୍‌ କରି ଅଲଆଉଟ ହୋଇଥିଲା । ପାକିସ୍ତାନ ତରଫରୁ ନସିମ ଶାହ ଏବଂ ହାରିସ ରଉଫ ୩ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

୧୨୦ ରନ୍‌ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ପ୍ରଥମରୁ ଭଲ ବ୍ୟାଟିଂ କରିଥିଲା । କିନ୍ତୁ ବୁମରାଙ୍କ କମାଲ ବୋଲିଂରେ ପାକିସ୍ତାନ ଟିମ୍‌ ଧରାଶାୟୀ ହୋଇଥିଲା । ପାକିସ୍ତାନ ଶେଷ ଓଭରରେ ୧୮ ରନ ଆବଶ୍ୟକ କରୁଥିଲା । ଅର୍ଶଦୀପ ସିଂ ଓଭରର ପ୍ରଥମ ବଲରେ ଓ୍ଵାସିମକୁ ଆଉଟ୍‌ କରିଦେଇଥିଲେ । ଏହାପରେ ନସିମ ବ୍ୟାଟିଂ କରିବାକୁ ଆସିଥିଲେ । ନସିମ ପ୍ରଥମ ବଲରେ ୧ ରନ ନେଇଥିଲେ । ପୁଣି ପରେ ଦୁଇଟି ୪ ମାରି ପାକିସ୍ତାନକୁ ବିଜୟ ଦ୍ୱାରକୁ ନେଇଥିଲେ । ତଥାପି ଶେଷ ବଲରେ ୮ ଦରକାର କରୁଥିଲା ଟିମ୍‌ । ଆଉ ଶେଷ ବଲରେ ମାତ୍ର ୧ ରନ୍‌ କରିପାରିଥିଲେ ନସିମ । ଫଳରେ ଭାରତ ମ୍ୟାଚ ଜିତିଯାଇଥିଲା ।


ମ୍ୟାଚ ପରେ ଭାରତୀୟ ଖେଳାଳି ଖୁସି ନାଚି ଉଠିଥିଲେ । ଭାରତୀୟ ଖେଳାଳି ପରସ୍ପରକୁ ଶୁଭେଚ୍ଛା ଜଣାଉଥିବା ବେଳେ ନସିମ ଶାହ ଏକୁଟିଆ ଛିଡା ହୋଇ କାନ୍ଦି ପକାଇଥିଲେ । ରୋହିତ ଶର୍ମା ତାଙ୍କ ପାଖକୁ ଯାଇ ସାନ୍ତ୍ୱନା ଦେଇଥିଲେ । ପରେ ଶାହୀନ ଆଫ୍ରିଦି ନସିମଙ୍କ ପାଖରେ ପହଞ୍ଚି ତାଙ୍କୁ କୁଣ୍ଢାଇ ପକାଇଥିଲେ । ତେବେ ରୋହିତଙ୍କ ଏଭଳି ବ୍ୟବହାରରେ ପାକିସ୍ତାନୀ ଫ୍ୟାନ୍ସ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.