Below header

କଟକରେ ଦୁର୍ଗାପୂଜା ପାଇଁ ମୂର୍ତ୍ତି ଉଚ୍ଚତା କୌଣସି ବାଧକ ହେବ ନାହିଁ, ଏନେଇ ଡିସିପିଙ୍କୁ ଅବଗତ କରାଇବେ ପୂଜା କମିଟି

କେନ୍ୟୁଜ୍(ବ୍ୟୁରୋ): କଟକରେ ଦୁର୍ଗାପୂଜା ପାଇଁ ମୂର୍ତ୍ତି ଉଚ୍ଚତା କୌଣସି ବାଧକ ହେବ ନାହିଁ । ପୂଜା କମିଟିଗୁଡିକ କେତେ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଛନ୍ତି ସେ ସମ୍ପର୍କରେ ଡିସିପିଙ୍କୁ ଅବଗତ କରାଇବେ । ଡିସିପି ଏହାର ତଦନ୍ତ କରାଇବା ପରେ ପୋଲିସ କମିଶନର ପୂଜା କରିବାକୁ ଅନୁମତି ଦେବେ । ଆଜି ଦୁର୍ଗାପୂଜା ମାମଲାରେ ଶୁଣାଣି କରି ଏହା କହିଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ। ମୂର୍ତ୍ତି ଉଚ୍ଚତା ବ୍ୟତୀତ ଗତ ୧୦ ତାରିଖରେ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ ଅପରିବର୍ତ୍ତିତ ରହିଛି ।  ଅଗଷ୍ଟ ୨୬ ତାରିଖରୁ କିଛି ପୂଜା କମିଟି ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଥିବାବେଳେ ଆସନ୍ତାକାଲି ଆଉ କିଛି କମିଟି ଖଡ଼ି ଲାଗି କରିବେ । ସେପଟେମ୍ବର ୧୦ ତାରିଖରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଆସିବା ବେଳକୁ ମାଆଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା ବୋଲି କୋର୍ଟଙ୍କୁ ଜଣା ଯାଇଥିଲା। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଯିଏ ଯେଉଁ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଛି ସେ ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଇବାକୁ କହିଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ।

ଗତକାଲି ଏହି ମାମଲାର ଶୁଣାଣି ବେଳେ କମିଶନରେଟ ପୋଲିସ ପୂଜା କମିଟି ସହ ଆପୋସ ଆଲୋଚନା କରି ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆବଦ୍ଧ ମଧ୍ୟରେ ପୂଜାର୍ଚ୍ଚନା ଓ ୪ ଫୁଟ ମଧ୍ୟରେ ମୂର୍ତ୍ତୀ ଉଚ୍ଚତା ସୀମିତ ପ୍ରସଙ୍ଗରେ ହାଇକୋର୍ଟରେ ଚାଲେଞ୍ଜ କରିଥିଲା ବାଲୁବଜାର ପୂଜା କମିଟି। କଟକ ସହରର ଅନ୍ୟ ୧୯ ପୂଜା ମଣ୍ଡପ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.