Below header

ବଜାର ଭିତରେ ସ୍ତ୍ରୀ ଓ ପ୍ରେମିକାଙ୍କ ମଧ୍ୟରେ ଚାଲିଲା ଘମାଘଟ ଯୁଦ୍ଧ, ନିଜ ଜୀବନ ବଞ୍ଚେଇ ଖସି ପଳାଇଲେ ସ୍ୱାମୀ

ଗୋଟେ ପ୍ରସିଦ୍ଧ ଡାଏଲଗ ଅଛି, ‘ମୁଁ ସବୁକିଛି ବାଣ୍ଟି ପାରିବି, ହେଲେ ନିଜ ପତି ପରମେଶ୍ୱରଙ୍କୁ ନୁହେଁ’। ବାସ୍ତବରେ, ସେହି ପତି ପରମେଶ୍ବରଙ୍କ ପାଇଁ ବିଚ ବଜାରରେ ଦୁଇ ମହିଳାଙ୍କ ମଧ୍ୟରେ ଜବରଦସ୍ତ ଚପଲ ମରାମରି ଚାଲିଥିଲା। ସ୍ୱାମୀଙ୍କ ପ୍ରେମିକାଙ୍କ କେଶକୁ ଧରି ସ୍ତ୍ରୀ ତାଙ୍କୁ ଚପଲରେ ନିର୍ଧୂମ ପିଟି ଚାଲିଥିଲେ। ସେପଟେ ସ୍ତ୍ରୀର ଉଗ୍ର ରୂପ ଦେଖି ସ୍ୱାମୀ ସୁଯୋଗ ଉଣ୍ଡି ଖସି ପଳାଇଥିଲେ।

ଘଟଣାଟି ଉତ୍ତର ପ୍ରଦେଶ ହାଥରସର ସାସନୀ ଅଞ୍ଚଳ ଥାନା ଅନ୍ତର୍ଗତ ବିଜୟଗଡ଼ ରୋଡରେ ଘଟିଛି। ଖବରରୁ ଜଣାପଡିଛି, ଏଠାରେ ଜଣେ ମହିଳାଙ୍କ ସ୍ୱାମୀ ତାଙ୍କ ପ୍ରେମିକାଙ୍କୁ ବଜାରରେ ବୁଲାଇ ଶପିଂ କରାଉଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଧରି ନେଇଥିଲେ। ଏହାପରେ ସ୍ତ୍ରୀ ଭୀଷଣ ରାଗିଯାଇ ସ୍ୱାମୀଙ୍କ ପ୍ରେମିକାଙ୍କୁ ଚପଲରେ ପିଟିଥିଲେ।

ତେବେ ବଜାରରେ ଦୁଇ ମହିଳାଙ୍କ ମଧ୍ୟରେ ଏତେ ଜୋରରେ ଝଗଡ଼ା ଚାଲିଥିଲେ ମଧ୍ୟ କେହି ସେମାନଙ୍କୁ ରୋକିବାକୁ ଆସି ନ ଥିଲେ। ବରଂ ଲୋକେ ଦେଖଣାହାରୀ ସାଜି ଝଗଡ଼ାର ମଜା ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.