ଭାଙ୍ଗିଲା ଗ୍ରୀନ୍‌ଲ୍ୟାଣ୍ଡର ସବୁଠୁ ବଡ଼ ଗ୍ଲେସିୟର, ଚଣ୍ଡୀଗଡ଼ ସହର ଆକାର ବରଫଖଣ୍ଡ ମିଶିଲା ସମୁଦ୍ରରେ; ଦେଖନ୍ତୁ ଫଟୋ

ଗ୍ଲୋବାଲ ଓ୍ଵାର୍ମିଂ ଯୋଗୁ ଧୀରେ ଧୀରେ ଗ୍ଲେସିୟର ତରଳିବାରେ ଲାଗିଛି। ଭବିଷ୍ୟତରେ ଏଭଳି ସ୍ଥିତି ଲାଗି ରହିଲେ ପରିସ୍ଥିତି ଭୟାବହ ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ତେବେ ନିକଟରେ ଆର୍କଟିକର ଗ୍ରୀନ୍‌ଲ୍ୟାଣ୍ଡରେ ଏକ ବିରାଟ ବଡ଼ ଗ୍ଲେସିୟର ଭାଙ୍ଗିପଡ଼ିଛି। ଏହି ଖଣ୍ଡ ଏତେ ବଡ଼ ଯେ ଏହାର ଆକାର ଚଣ୍ଡୀଗଡ଼ ସହର ଭଳି ହେବ ବୋଲି କୁହାଯାଉଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯଦି ଏଭଳି ଗ୍ଲୋବାଲ ଓ୍ଵାର୍ମିଂ ବଢ଼ିଚାଲେ ତେବେ ସବୁ ବରଫ ତରଳି ଯିବ ଓ ପୃଥିବୀକୁ ସୂର୍ଯ୍ୟକିରଣରୁ ନିର୍ଗତ UV ରୁ ରକ୍ଷା କରିବା ଅସମ୍ଭବ ହୋଇ ପଡ଼ିବ।

ଗ୍ରୀନ୍‌ ଲ୍ୟାଣ୍ଡର ଏହି ଗ୍ଲେସିୟରର ନାମ ସ୍ପାଲଟେ ଗ୍ଲେସିୟର। ଏହାକୁ 79 N ମଧ୍ୟ କୁହାଯାଏ। ଏହାର ସବୁଠୁ କଠିନ ନାମ ହେଉଛି Nioghalvfjerdsfjorden। ବରଫର ମୁଖ୍ୟଅଂଶରୁ ଅଲଗା ହୋଇଥିବା ଖଣ୍ଡର ଆକାର ପ୍ରାୟ ୧୧୩ ବର୍ଗ କିଲୋମିଟର। ଏତିକି କ୍ଷେତ୍ରଫଳ ଚଣ୍ଡୀଗଡ଼ ଜିଲ୍ଲାର ମଧ୍ୟ। ଏହି ଭଗ୍ନଖଣ୍ଡର ଫଟୋ ଉତ୍ତୋଳନ କରିଛନ୍ତି ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସିର କୋପରନିକସ ଓ ସେଣ୍ଟିନଲ-୨ ସାଟେଲାଇଟ୍‌।

ନଜର ପକାନ୍ତୁ କେତେ ଭୟଙ୍କର ଦିଶୁଛି ଏହି ଫଟୋ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.