ପ୍ରତିରକ୍ଷା କ୍ଷେତ୍ରରେ ଏମ୍‌ଆରଓ ହବ୍‌କୁ ନେଇ ସଂସଦରେ ପ୍ରଶ୍ନ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):   ପ୍ରତିରକ୍ଷା କ୍ଷେତ୍ରରେ ଏମ୍‌ଆରଓ ହବ୍‌କୁ ନେଇ ସଂସଦରେ ପ୍ରଶ୍ନ ଉଠାଇଥିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ଏକ ଅଣତାରକା ପ୍ରଶ୍ନରେ, ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମ୍ୟାନୁଫେକ୍‌ଚରିଂ, ରିପେୟାର ଓ ଓଭରହାଉଲ MRO ହବ୍‌ କରିବାକୁ ବିଚାର କରାଯାଉଛି କି? ଯଦି ହଁ ତେବେ କଣ ପଦକ୍ଷେପ ନିଆଯାଇଛି ବୋଲି ପଚରିଥିଲେ ।

ଦ୍ୱିତୀୟ ପ୍ରଶ୍ନ ଥିଲା ଅଧିକ ମେକ୍‌ ଇନ ଇଣ୍ଡିଆ ସାମଗ୍ରୀ ଉତ୍ପାଦନ ପାଇଁ ସେହି ହବ୍‌ରେ ନିବେଶ ଲାଗି HAL ଏବଂ MDL  ସିପ୍‌ୟାର୍ଡକୁ ସାମିଲ କରାଯାଇଛି କି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଉତ୍ତର ଥିଲା, ମେଣ୍ଟେନାନ୍‌ସ, ରିପେୟାର ଏବଂ ଓଭରହାଉଲ, MRO ସେକ୍ଟର ଏରୋସ୍ପେସ୍‌ ଓ ଡିଫେନ୍‌ସ ସେକ୍ଟର ପାଇଁ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଜିଏସ୍‌ଟିରେ ହୋଇଥିବା ପରିବର୍ତ୍ତନ MRO ସେକ୍ଟରକୁ ସାହାଯ୍ୟ କରିବ। ବର୍ତ୍ତମାନ HAL ସହ ବହୁ ଘରୋଇ ଓ ସରକାରୀ MRO ଫାସିଲିଟିଜ୍‌ ରହିଛି ଯାହା ସାମରିକ ସହ ବ୍ୟାବସାୟିକ ଏରୋସ୍ପେସକୁ ସାହାଯ୍ୟ କରୁଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.