Below header

ମିଳିଲା ପରିବେଶ ମଞ୍ଜୁରୀ, ଆଗେଇବ ପୁରୀରେ ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରକଳ୍ପ

ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପରିବେଶ ମଞ୍ଜୁରୀ ମିଳିଛି । ଏବେ ଏୟାରପୋର୍ଟ ନିର୍ମାଣ ପାଇଁ ୨୭.୮୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ।

ପୁରୀ(କେନ୍ୟୁଜ): ମିଳିଲା ପରିବେଶ ମଞ୍ଜୁରୀ । ଆଗେଇବ ପୁରୀରେ ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରକଳ୍ପ । ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପରିବେଶ ମଞ୍ଜୁରୀ ମିଳିଛି ।

ଏବେ ଏୟାରପୋର୍ଟ ନିର୍ମାଣ ପାଇଁ ୨୭.୮୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ । ଗତ ସେପ୍ଟେମ୍ବରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀ ବିମାନ ବନ୍ଦର ପ୍ରକଳ୍ପ ପାଇଁ ପ୍ରକଳ୍ପ କ୍ଲିଅରାନ୍ସ ଅନୁମୋଦନ ପ୍ରଦାନ କରିଥିଲା । ବିମାନବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ଥିବା ୧୧୬୪ ଏକର ଜମିରୁ ୬୮.୮୧ ଏକର ହେଉଛି ଜଙ୍ଗଲ ଓ ୨୨୧.୮୯ ଏକର ଘରୋଇ ଜମି ।

ପୁରୀରେ ଶ୍ରୀ ଜଗନ୍ନାଥ ଅର୍ନ୍ତଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ୫ ହଜାର ୬ଶହ ୩୧ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ କରାଯାଇଛି । ୯୪୩ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇ ପାଚେରୀ ନିର୍ମାଣ କରାଯାଇଛି । ଏବେ ଘରୋଇ ଜମି ଅଧିଗ୍ରହଣ କରାଯିବ ।

ଅନ୍ୟପଟେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରି ପୁରୀ ଜିଲ୍ଲା ପ୍ରଶାସନ ବିମାନବନ୍ଦର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରୁଥିବା ବେଳେ ଏନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ, ଆସନ୍ତା ଜାନୁୟାରୀ ୩ ତାରିଖ ସୁଦ୍ଧା ଜଣାଇବା ଲାଗି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.