Below header

୯ ଦିନ ବିତିଗଲାଣି ସରୁନି କାମ, ଉଦ୍ଧାର ହୋଇପାରୁନାହାନ୍ତି ୪୧ ଶ୍ରମିକ

ଦିନ ପରେ ଦିନ ବିତୁଛି । ସରୁନି କାମ । ଉଦ୍ଧାର ହେଉ ନାହାନ୍ତି ଶ୍ରମିକ । ନଅ ଦିନ ହେଲାଣି ଉତ୍ତରକାଶୀରେ ଟନେଲ୍ ତଳେ ଫସି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ୟମ ଚାଲିଛି । କେମିତି ଅଛନ୍ତି ଓ ସେମାନଙ୍କର ସୁରକ୍ଷାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି ।

ଉତ୍ତରକାଶୀ: ଦିନ ପରେ ଦିନ ବିତୁଛି । ସରୁନି କାମ । ଉଦ୍ଧାର ହେଉ ନାହାନ୍ତି ଶ୍ରମିକ । ନଅ ଦିନ ହେଲାଣି ଉତ୍ତରକାଶୀରେ ଟନେଲ୍ ତଳେ ଫସି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ୟମ ଚାଲିଛି । କେମିତି ଅଛନ୍ତି ଓ ସେମାନଙ୍କର ସୁରକ୍ଷାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି ।

ଉଦ୍ଧାର ପାଇଁ ଆହୁରି ୩-୪ ଦିନ ଲାଗିପାରେ । ପାହାଡ଼ ଉପରୁ ଏକ ଭର୍ଟିକାଲ ହୋଲ୍ କରିବାକୁ ଡ୍ରିଲିଂ ଆରମ୍ଭ ହୋଇଛି। ସୁଡ଼ଙ୍ଗ ବିଶେଷଜ୍ଞ ଓ ସୀମାନ୍ତ ରାସ୍ତା ପ୍ରତିଷ୍ଠାନ-ବିଆରଓର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି। ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର ସବୁଠାରୁ ପ୍ରାଥମିକତା ।

ପାହାଡ଼ ଉପରୁ ଟନେଲ କରି ସେମାନଙ୍କୁ ଉଦ୍ଧାର କରିବାକୁ ୪ଟି ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ସୁଡ଼ଙ୍ଗ ଖନନରେ କାହିଁକି ପ୍ରତିବନ୍ଧକ ସୃଷ୍ଟି ହେଉଛି ଜାଣିବା ପାଇଁ ମୁତୟନ କରାଯାଇଛି ରୋବୋ । ନିର୍ମାଣାଧୀନ ସିଲ୍କୟାରା ଟନେଲର ସାଢେ ୪କିମି ଲମ୍ବରୁ ୨କିମି ସୁଡ଼ଙ୍ଗ ନିର୍ମାଣ ଶେଷ ହୋଇଛି।

ସଂପୂର୍ଣ୍ଣ ହୋଇଥିବା ଅଞ୍ଚଳରେ ପାଣି ଓ ବିଜୁଳିର ବ୍ଯବସ୍ଥା ରହିଛି। ପାଇପ ମାଧ୍ୟମରେ ଶ୍ରମିକ ମାନଙ୍କୁ ଶୁଖିଲା ଖାଦ୍ୟ, ପାଣି ଓ ଔଷଧ ଯୋଗାଇ ଦିଆଯାଉଛି। ଉଦ୍ଧାର ଅଭିଯାନକୁ ତ୍ବାରାନ୍ବିତ କରିବା ପାଇଁ ଆବଶ୍ୟକ ମେସିନ୍ ଓ ବୈଷୟିକ ସହାୟତା ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.