Below header

ବ୍ଲାକମେଲ କ୍ରାଇମ ସିଣ୍ଡିକେଟର ଗୁମର ଖୋଲିବ ଜଗବନ୍ଧୁର ଡାଏରୀ, ଲେଖାଅଛି ବଡ଼ବଡ଼ିଆଙ୍କ ନାଁ

ଭୁବନେଶ୍ୱର(କେନ୍ୟୁଜ୍): ଜଗବନ୍ଧୁ ଡାଏରୀରେ ବଡ଼ବଡ଼ିଆଙ୍କ ନାଁ । ଅର୍ଚ୍ଚନା ସ୍ୱାମୀ ଜଗବନ୍ଧୁ ଚାନ୍ଦର ଡାଏରୀରୁ ଅନେକ ତଥ୍ୟ ପାଇଛି ପୋଲିସ । ବ୍ଲାକମେଲ କ୍ରାଇମ ସିଣ୍ଡିକେଟର ଗୁମର ଖୋଲିବ ଜଗବନ୍ଧୁର ଡାଏରୀ । ପୋଲିସ ହାତରେ ଲାଗିଛି ଜଗବନ୍ଧୁ ଡାଏରୀ । ଏହି ଡାଏରୀ ଖୋଲିବ କାହାକୁ ସେମାନେ ବ୍ଲାକମେଲ କରିଥିଲେ । କେତେ ଟଙ୍କା କାହାଠାରୁ ଲୁଟିଥିଲେ । ସବୁକିଛି ଡାଏରୀ ସତ କହିବ । ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଡାଏରୀ ପୋଲିସ ଜବତ କରିଥିଲା । ଯେଉଁଥିରେ ୫୦ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ରହିଥିଲା । ଏବେ ଦୁଇଜଣଙ୍କ ଡାଏରୀକୁ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ । ଅର୍ଚ୍ଚନାଙ୍କ ପରି ଜଗବନ୍ଧୁଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ ରହିଛି ।

ଜଗବନ୍ଧୁ ନିକଟରୁ ୪ଟି ମୋବାଇଲ ଫୋନ, ଲାପଟପ୍‌ ଓ ଡାଏରୀ ଜବତ କରାଯାଇଛି । ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି । ମାମଲାରେ ଯାହାର ବି ସମ୍ପୃକ୍ତି ଥିବ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଅନ୍ୟପଟେ ଆଲିସାନ ବଙ୍ଗଳାରୁ ଜେଲ କୋଠରୀରେ ରାତି କାଟିଲେ ଜଗବନ୍ଧୁ । ରାତିରେ ଖାଇଲେ ରୁଟି ସନ୍ତୁଳ । ଜେଲ ଭିତରେ ଅର୍ଚ୍ଚନାଙ୍କୁ ଦେଖା କରିବାକୁ ଜେଲରଙ୍କୁ ଅନୁରୋଧ କଲା ଜଗବନ୍ଧୁ । ଆଜି ଜବତ ମୋବାଇଲ, ଲାପଟପକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଇବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.