Below header

ବେଆଇନ ଗୋରୁଚାଲାଣ, ୨ଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ

ଜାଳିଦେଲେ ଗୋରୁ ବୋଝେଇ ଗାଡି। ଚୋରା ଚାଲାଣ ବେଳେ ୨ଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ। ଗାଡ଼ି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର।

ଜଳେଶ୍ୱର (କେନ୍ୟୁଜ): ଜାଳିଦେଲେ ଗୋରୁ ବୋଝେଇ ଗାଡି। ଚୋରା ଚାଲାଣ ବେଳେ ୨ଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ। ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ୍ ଭ୍ୟାନରେ ୯୦ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ ହୋଇ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲେ। କମର୍ଦ୍ଦା – ବାଲିଆପାଳ ମୁଖ୍ଯ ରାସ୍ତାର ତାରିଣୀ ଛକ ନିକଟରେ ସ୍ଥାନୀୟ ଲୋକେ ଗାଡି ଗୁଡିକୁ ଅଚକାଇବାରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହାପରେ ଗାଡ଼ି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ଲୋକମାନେ ଗୋରୁ ଗୁଡ଼ିକୁ ଗାଡ଼ିରୁ ବାହାର କରିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.