Below header

ବୌଦ୍ଧ: ଇଭିଏମ ଷ୍ଟ୍ରଙ୍ଗ ରୁମରେ ଡ୍ୟୁଟି କରୁଥିବା ସିପାହୀଙ୍କ ଉପରେ ପଡିଗଲା ଲୁହା ରେକ, ଚାଲିଗଲା ଜୀବନ

ବୌଦ୍ଧ(କେ ନ୍ୟୁଜ): ବୌଦ୍ଧ ଜିଲ୍ଲା ଇଭିଏମ ଷ୍ଟ୍ରଙ୍ଗ ରୁମରେ ରାତ୍ରି ଡ୍ୟୁଟି କରୁଥିବା ଜଣେ ସିପାହୀଙ୍କ ଉପରେ ଲୁହା ରେକ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ସିପାହୀ ଜଣଙ୍କ ହେଉଛନ୍ତି ଏଗଜୁଲାରୀ ପୋଲିସ ବା ଓଏସପିଏଫରେ କାର୍ଯ୍ୟରତ ପ୍ରକାଶ ଭୋଇ । ସୂଚନାରୁ ଜଣାଯାଇଛିକି, ଗତକାଲି ରାତିରେ ପ୍ରକାଶ ଇଭିଏମ ଷ୍ଟ୍ରଙ୍ଗ ରୁମରେ ରାତି ଡ୍ୟୁଟି କରୁଥିଲେ ।

ବିଳମ୍ବିତ ରାତିରେ କୌଣସି କାରଣରୁ ଭାରସ୍ୟାମ ହରାଇ ଲୁହା ରେକଟି ତାଙ୍କ ଉପରେ ପଡି ଯାଇଥିଲା । ତାଙ୍କ ସହ ଡ୍ୟୁଟିରେ ଥିବା ଅନ୍ୟ ସିପାହୀ ମାନେ ତାଙ୍କୁ ସଂଗେ ସଂଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.