ଆସନ୍ତା ୧୫ ତାରିଖରୁ ବନ୍ଦ ହୋଇଯିବ VI ର ୩ଜି ପ୍ଲାନ, ଜାଣନ୍ତୁ କେଉଁଠି

ଭୋଡାଫୋନ ଏବଂ ଆଇଡିଆ (VI) ର ୩ଜି ପ୍ଲାନ ୧୫ ଜାନୁଆରୀରୁ ବନ୍ଦ କରିବାକୁ ଯାଉଛି। ଏହି ସେବା ଆସନ୍ତା ୧୫ରୁ ଦିଲ୍ଲୀରେ ବନ୍ଦ ହୋଇଯିବ। ତେଣୁ ଦିଲ୍ଲୀ ସର୍କଲରେ ଥିବା ଗ୍ରାହକଙ୍କୁ ସିମ୍ ଅପଗ୍ରେଡ କରି ୪ଜି କରିବାକୁ କମ୍ପାନୀ କହିଛି।
ଏହି ପଦକ୍ଷେପ କମ୍ପାନୀ ସ୍ପେକ୍ଟ୍ରମ ରି ଫାର୍ମିଂର ଭାଗିଦାରୀ କରିବା ପାଇଁ କରିଛି। ଯାହା ଯୋଗୁଁ ଅପରେଟର ୪ଜି ସେବା ପାଇଁ ୩ ଜି ସ୍ପେକ୍ଟ୍ରମର ବ୍ଯବହାର କରିଛି। ବେଙ୍ଗାଲୁର ଏବଂ ମୁମ୍ବାଇରେ ଏହା ପୂର୍ବରୁ ଆରମ୍ଭ ହୋଇସାରିଛି।
ରିପୋର୍ଟ ମୁତାବକ, ଏହି ପରିବର୍ତ୍ତନ ପାଇଁ VI ଦିଲ୍ଲୀ ସର୍କଲରେ ଗ୍ରାହକଙ୍କୁ SMS ପଠାଇବା ଆରମ୍ଭ କରିଦେଇଛି। କମ୍ପାନୀ ପକ୍ଷରୁ ପଠାଯାଇଥିବା ମେସେଜରେ ଲେଖାଯାଇଛି ଯେ, ନିଜର ପୁରୁଣା ସିମକୁ ୧୫ ଜାନୁଆରୀ ୨୦୨୧ ପୂର୍ବରୁ ୪ଜିରେ ଅପଗ୍ରେଡ କରିଦିଅନ୍ତୁ। କମ୍ପାନୀ ଏହି ନେଟୱାର୍କକୁ କେବଳ ୪ଜି ସିମରେ କାମ କରିବ। ଏଥିପାଇଁ ବିନା ଡକ୍ଯୁମେଣ୍ଟରେ ଫ୍ରିରେ ସିମକୁ ଅପଗ୍ରେଡ କରିବା ପାଇଁ ପାଖରେ ଥିବା vi ଷ୍ଟୋରକୁ ଯାଇ କରିପାରିବେ।