Below header

ରାଜସ୍ଥାନ କୋଟାରୁ ଫେରେଇ ଆଣିବା ପାଇଁ ଓଡିଶା ସରକାରଙ୍କୁ ନିବେଦନ କଲେ ଛାତ୍ରଛାତ୍ରୀ

କୋଟା: କିଏ ମେଡିକାଲ୍‌ ତ ଆଉ କିଏ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେବାକୁ ଯାଇଥିଲେ। ଗୋଟିଏ ପର୍ଯ୍ୟାୟ ପରେ ଆଉ ଏକ ପର୍ଯ୍ୟାୟର ଲକ୍‌ଡାଉନ୍‌ ହେଲା। ଆଉ ଘରକୁ ଫେରି ପାରୁନାହାନ୍ତି। ରାଜସ୍ଥାନ କୋଟାରୁ ସହାୟତା ପାଇଁ ସୋସିଆଲ ମିଡିଆରେ ଆକୁଳ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ। ଓଡ଼ିଶା ଫେରିବା ପାଇଁ ବିକଳ ହୋଇ ରାଜ୍ୟ ସରକାରଙ୍କ ସହାୟତା ମାଗିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ଭଳି ଓଡ଼ିଶା ସରକାର ମଧ୍ୟ କିଛି ବ୍ୟବସ୍ଥା କରନ୍ତୁ ବୋଲି ଗୁହାରୀ ଜଣାଇଛନ୍ତି। ପାଖ ହଷ୍ଟେଲରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀମାନେ ଭୟଭିତ ଅବସ୍ଥାରେ ଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.