ଛେପ ପକାଇବା ନେଇ ପୁରୀରେ ଜାରି ହେଲା କଟକଣା, ଅମାନ୍ୟ କଲେ ଦେବାକୁ ହେବ ଫାଇନ

ପୁରୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଡା କଟକଣା ଲଗାଯାଇଛି। ଏହାକୁ ଅମାନ୍ୟ କଲେ ପ୍ରଥମ ୩ଥର ୨୦୦ଟଙ୍କା ଓ ପରେ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଏଥିପାଇଁ ପୌରସଂସ୍ଥା ଓ ବ୍ଲକ ସ୍ତରର ଅଧିକାରୀମାନଙ୍କୁ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏଥିସହ ଜିଲ୍ଲାରେ ଥିବା ସମସ୍ତ ଧାର୍ମିକସ୍ଥଳ ମଠ ମନ୍ଦିର, ମସ୍‌ଜିଦ୍‌ , ଗୀର୍ଜା ଓ ଗୁରୁଦ୍ୱାର ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକ କିମ୍ବା ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ମାତ୍ର ପରମ୍ପରା ଅନୁଯାୟୀ ପୂଜା ପାଠ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.