Below header

ବଜାରକୁ ଆସିଲା ମଶାଙ୍କୁ ଦୂରେଇ ରଖୁଥିବା ଏଲଇଡ଼ି ବଲ୍ବ, ଜାଣନ୍ତୁ କଣ ରହିଛି ଏହାର ଦାମ୍‌

ଯଦି ଆପଣ ମଧ୍ୟ ନିଜ ପାଇଁ ଏକ ଭଲ ଏଲଇଡି ବଲ୍ବ ପାଇବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର ବଜେଟ୍ କମ୍ ଅଛି, ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ବଜେଟ୍ ଅନୁଯାୟୀ ଶସ୍ତା ଏବଂ ଭଲ ଏଲଇଡି ବଲ୍ବ ବିଷୟରେ କହିବାକୁ ଯାଉଛୁ । ଆପଣ ଏହି ଏଲଇଡି ବଲ୍ବକୁ ଅନଲାଇନରେ ମଧ୍ୟ କିଣି ପାରିବେ । ଏଥିପାଇଁ ଆପଣଙ୍କୁ ବଜାରକୁ ଯିବାକୁ ମଧ୍ୟ ପଡିବ ନାହିଁ । ଏହି ଏଲଇଡି ବଲ୍ବର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହି ବଲ୍ବ ଜଳିବା ସହିତ ମଶାମାନଙ୍କୁ ଦୂରେଇ ରଖେ । କେବଳ ସେତିକି ନୁହେଁ ଏହି ଏଲଇଡି ବଲ୍ବ ଆପଣଙ୍କୁ ସୁସ୍ଥ ରଖିବା ପାଇଁ ମଧ୍ୟ କାମ କରିଥାଏ ।

ଏହା ଏକ ୯ ୱାଟ ଏଲଇଡି ବଲ୍ବ ଯେଉଁଥିରେ ଥିବା ଜାପିଂ ଗ୍ରୀଡ୍ ମାତ୍ର ୧ ୱାଟ ବିଦ୍ୟୁତ୍ ବ୍ୟବହାର କରିଥାଏ । ଏହି ବଲ୍ବ ୫୦ ବର୍ଗଫୁଟ ଅଞ୍ଚଳରେ ଏହାର ନୀଳ ଆଲୋକ ସହିତ ମଶାମାନଙ୍କୁ ଆକର୍ଷିତ କରିଥାଏ । ଯେଉଁ କାରଣରୁ ମଶା ଏହା ଆଡକୁ ଆସିଥାନ୍ତି ଏବଂ ଗ୍ରୀଡରେ ଲାଗି ମରିଯାଇଥାନ୍ତି । ଏହି ବଲ୍ବକୁ ୫୦,୦୦୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳାଯାଇପାରିବ ଏବଂ ଏହାର ମୂଲ୍ୟ ମାତ୍ର ୧୪୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.