ସୁନ୍ଦରଗଡ଼ : ଗ୍ୟାସ ସିଲିଣ୍ଡର ଫାଟି ୧୦ରୁ ଅଧିକ ଦୋକାନ ଭସ୍ମୀଭୂତ

ସୁନ୍ଦରଗଡ଼: ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ସିଲିଣ୍ଡର। ଗ୍ୟାସ ସିଲିଣ୍ଡର ଫାଟି ୧୦ରୁ ଅଧିକ ଦୋକାନ ଜଳିଯାଇଛି। ଗତକାଲି ରାତିରେ ସୁନ୍ଦରଗଡ଼ ସିଭିଲ୍‌ ଟାଉନ୍‌ସିପ୍‌ ନିୟୁ ପାର୍କଂରେ ଘଟିଛି ଏହି ଅଗ୍ନିକାଣ୍ଡ। ଖବର ପାଇ ଦୁଇଟି ଦମକଳବାହିନୀ ଘଟମାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଲକ୍‌ଡାଉନ୍‌ ଯୋଗୁଁ ଛିଡା ହୋଇଥିବା ୫୦ଟି ଟ୍ରକ ଏହି ଭୟଙ୍କର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିବା ଜଣାଯାଇଛି । ପୋଲିସ ଓ ରାଉରକେଲା ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.