Below header

ଏଣିକି ଥଣ୍ଡା-ଜ୍ଵର ମେଡ଼ିସିନ କିଣୁଥିବା ଗ୍ରାହକଙ୍କ ରେକର୍ଡ ରଖିବେ ମେଡିକାଲ ଷ୍ଟୋର, ରାଜ୍ୟ ସରକାର ଦେଲେ ଆଦେଶ

କରୋନା ଭାଇରସ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି। ସରକାର ଏହି ଜୀବନ ନାଶକ ମହାମାରୀର ପ୍ରକୋପକୁ ଲୋପ କରିବା ପାଇଁ ଜୋର ସୋରରେ ପ୍ରଚେଷ୍ଟା ଚଳାଇଛନ୍ତି। ସଂକ୍ରମିତଙ୍କ ଉପରେ ନଜର ରଖାଯିବ ନଜର। ଏଣିକି ଥଣ୍ଡା, ଜ୍ୱର ଓ ସର୍ଦ୍ଦି ଔଷଧ କିଣୁଥିବା ଗ୍ରାହକଙ୍କ ରେକର୍ଡ ରଖିବେ ସରକାର। ଏଥିପାଇଁ ରାଜ୍ୟର ୪ ରାଜ୍ୟର ମେଡିକାଲ ଷ୍ଟୋରକୁ ଏହି ଆଦେଶ ଦିଆଯାଇଛି। ଯାହାଦ୍ୱାରା ଦୋକାନୀ ଗ୍ରାହକଙ୍କ ନାମ, ଠିକଣା ଏବଂ ମୋବାଇଲ ନମ୍ବର ନୋଟ କରିବାକୁ କୁହାଯାଇଛି।

ଜଣାପଡିଛି ଯେ କରୋନାର ଲକ୍ଷଣକୁ କମ କରିବା ପାଇଁ ଅନେକ ରୋଗୀ ଔଷଧର ବ୍ୟବହାର କରୁଛନ୍ତି। କରୋନା ଟେଷ୍ଟ ପାଇଁ ଏମାନେ ଭୟ କରୁଛନ୍ତି। ପଜିଟିଭ ଚିହ୍ନଟ ପରେ ଦୁଇ ସପ୍ତାହ ମେଡିକାଲରେ ରଖାଯିବ ଏବଂ ଏହାପରେ ତାଙ୍କୁ କ୍ୱାରେନଟାଇନରେ ରଖାଯିବା ଡରରେ ଏମାନେ ଏମିତି କରୁଛନ୍ତି। ଭୟରେ ଲୋକେ ପାରାସିଟାମୋଲ ଏବଂ ଥଣ୍ଡା ଜ୍ୱର ମେଡ଼ିସିନ ଖାଉଛନ୍ତି।

ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି ରାଜ୍ୟ ମେଡ଼ିସିନ ଷ୍ଟୋରକୁ ଏହି ଆଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.