ନୋବେଲ ବିଜେତାଙ୍କ ଦାବି ଏଚଆଇଭି ପାଇଁ ଔଷଧ ଖୋଜିବାର ପରିଣାମ ହେଉଛି କରୋନା ଭାଇରସ, ପ୍ରାକୃତିକ ରୂପେ ଉତ୍ପନ୍ନ ହୋଇନାହିଁ COVID

ମାନବ ରୋଗ ପ୍ରତିରୋଧକ କ୍ଷମତା ଭାଇରସ ବା ଏଚ.ଆଇ.ଭି.କୁ ଖୋଜି ବାହାର କରିଥିବା ନୋବେଲ ବିଜେତା ଫରାସୀ ପ୍ରଫେସର ଲୁକ ମୋଣ୍ଟାଗ୍ନେୟାର କରୋନା ଭାଇରସକୁ ନେଇ ଏକ ବଡ଼ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଏଡ଼ସର ଚିକିତ୍ସା କରିବା ପାଇଁ ଭ୍ୟାକସିନ ବିକସିତ କରିବାର ପରିଣାମ ହେଉଛି କରୋନା ଭାଇରସ । ନୂତନ କରୋନା ଭାଇରସ ପ୍ରାକୃତିକ ରୂପେ ଉତ୍ପନ୍ନ ହୋଇପାରିବ ନାହିଁ ଏବଂ ଏମାନଙ୍କ ଜିନୋମରେ ଏଚ୍‌ଆଇଭିର ଉପାଦାନ ଏବଂ ମ୍ୟାଲେରିଆ ଜୀବାଣୁଙ୍କ ଉପସ୍ଥିତି ରହିଛି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ନୋବେଲ ବିଜେତା ପ୍ରଫେସର ଲୁକ ।

ସେ କହିଛନ୍ତି ଯେ ଏହି ଉଦ୍ୟୋଗୀକ ଦୁର୍ଘଟଣା ୱୁହାନ ନ୍ୟାସନାଲ ବାୟୋସଫେଟି ଲ୍ୟାବରେ ଘଟିଛି । ଏହାସହିତ ସେ ଦାବି କରିଛନ୍ତି ଯେ ‘ୱୁହାନ ସିଟି ଲ୍ୟାବ ୨୦୦୦ ମସିହାରୁ ଏହି ପ୍ରକାର କରୋନା ଜୀବାଣୁ ଉପରେ ଅଧ୍ୟୟନ କରୁଛି । ଏହି ମାମଲାରେ ସେ ଜଣେ ବିଶେଷଜ୍ଞ ଅଟନ୍ତି ଏବଂ ଏହି ଜୀବାଣୁକୁ ହଟାଇବା ପାଇଁ ସେ ତରଙ୍ଗ ଥିଓରୀ ବା ୱେବ ଥିଓରିର ପ୍ରସ୍ତାବ ମଧ୍ୟ ଦେଇଥିଲେ ।

Coronavirus: how it affects the Creative Europe Programme ...

ତେବେ ଅତୀତରେ ଏହି ସିଦ୍ଧାନ୍ତ ପାଇଁ ତାଙ୍କୁ ବହୁତ ପରିହାସ କରାଯାଇଥିଲା । ଏଥିସହିତ ପ୍ୟାରିସର ଜଣେ ଭାଇରୋଲୋଜିଷ୍ଟ ଇଟିଏନ୍ ସାଇମନ୍ଯେ କହିଥିଲେ ଯେ ଲୁକ୍ ପ୍ରସଙ୍ଗରେ କୌଣସି ସତ୍ୟତା ନାହିଁ । ଏହିପରି ଜେନେଟିକ୍ ସିକୁଏନ୍ସ ଅନ୍ୟ କରୋନା ଜୀବାଣୁଙ୍କ ଠାରେ ମଧ୍ୟ ଦେଖାଯାଏ ଏବଂ କିଛି ଜିନର ଅଂଶ ମଧ୍ୟ ଉଦ୍ଭିଦ କିମ୍ବା ଜୀବାଣୁ ସଦୃଶ ହୋଇଥାଏ । ସେ କହିଥିଲେ ଯେ ଯଦି ଆମେ ଗୋଟିଏ ବହିରୁ ଗୋଟିଏ ଶବ୍ଦ ନେଇଥାଉ ଏବଂ ଏହା ଅନ୍ୟ ଏକ ପୁସ୍ତକରେ ଅଛି, ତେବେ ଏହାର ଅର୍ଥ ନୁହେଁ ଯେ ପୁରା ପୁସ୍ତକକୁ ନକଲ କରାଯାଇଛି । ତାହା ଏହି କ୍ଷେତ୍ରରେ ମଧ୍ୟ ସମାନ, କରୋନାକୁ ଦୂର କରିବାରେ ତରଙ୍ଗ ଥିଓରିର ଉପଯୋଗୀତା ଉପରେ ସେ କହିଛନ୍ତି ଯେ ପ୍ରକୃତି କେବେବି ଏହାକୁ ବିଲୋପ କରିପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.