Below header

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ପାଇଁ ଗିରଫ ହେଲେ ଏହି ଅଭିନେତା

ଅଭିନେତା ଅଜାଜ ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଶନିବାର ସନ୍ଧ୍ୟାରେ ଖାର ପୋଲିସ ପ୍ରଥମେ ଏଜାଜ ଖାନଙ୍କୁ ହେପାଜତରେ ନେବାପରେ ତାଙ୍କୁ ଗିରଫ କରିଥିଲା । ରିୟଲିଟି ସୋ ବିଗବସ୍, କିଛି ଚଳଚ୍ଚିତ୍ର ଏବଂ ସିରିଏଲରେ କାମ କରିଥିବା ଅଜାଜ୍ ଖାନ୍ ଗତ କିଛିଦିନ ହେବ ସୋସିଆଲ ମିଡିଆ ଏବଂ ଫେସବୁକ୍ ଲାଇଭ୍ ମାଧ୍ୟମରେ ତବଲିଗି ଜମାତଙ୍କ ସମର୍ଥନରେ ଲେଖି ସମାଜରେ ଆପତ୍ତିଜନକ ତଥା ଭୁଲ୍ ତଥ୍ୟ ପ୍ରଚାର କରୁଥିଲେ ।

Actor Ajaz Khan arrested by Mumbai Police for his communal remarks ...

ତେବେ ଆଇପିସିର ଧାରା 153A, 121,117,188,501,504,505 (2) ଅନୁଯାୟୀ ପୋଲିସ ଅଜାଜ ଖାନଙ୍କୁ ଗିରଫ କରିଛି । ରବିବାର ଦିନ ବାନ୍ଦ୍ରା ହଲିଡେ କୋର୍ଟରେ ଇଜାଜଙ୍କୁ ହାଜର କରାଯିବ । ମୁମ୍ବାଇ ପୋଲିସ ଦ୍ୱାରା ଅଜାଜ ଖାନଙ୍କୁ ଗିରଫ କରାଯିବା ଏହା ପ୍ରଥମ ଘଟଣା ନୁହେଁ । 2018 ମସିହାରେ ମଧ୍ୟ ଡ୍ରଗ୍ସ ଅଭିଯୋଗ ଏବଂ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ପାଇଁ ଅଜିଜ ଖାନଙ୍କୁ ଗିରଫ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.