ଆଜି ହିଁ ଘରେ କେବଳ ବିସ୍କୁଟରେ ବନାନ୍ତୁ ସୁସ୍ୱାଦୁ ଗୋଲାପଜାମୁ

ଆବଶ୍ୟକ ସାମଗ୍ରୀ

  • ଚିନି – ୫୦୦ ଗ୍ରାମ
  • ମ୍ୟାରିଗୋଲଡ ବିସ୍କୁଟ – ୨ ପ୍ୟାକେଟ୍
  • ଗୁଜୁରାତି ୮ ରୁ ୯ ଟି
  • ନଡ଼ିଆ ପାଉଡର
  • ବେକିଂ ସୋଡା
  • କ୍ଷୀର – ୨ କପ୍
  • କାଜୁ ବାଦାମ ଟିକେ
  • ଅଳ୍ପ ତେଲ
  • ଅଳ୍ପ ଲହୁଣୀ

Gulab Jamun ♥ Recipe by Bengali Spice 💚 - Cookpad India

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିନି ସିରା ପ୍ରସ୍ତୁତ କରନ୍ତୁ । ସେଥିପାଇଁ ଏକ ପାତ୍ରରେ ପାଣି ଓ ଚିନି ନେଇ ଗ୍ୟାସରେ ବସାଇ ଦିଅନ୍ତୁ । ୧୫ ମିନିଟ ପରେ ଏହା ଭଲଭାବେ ହୋଇଗଲା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ । ବର୍ତ୍ତମାନ ଏକ ପାତ୍ରରେ ବିସ୍କୁଟ ନେଇ ତାକୁ ହାତରେ ଭାଙ୍ଗନ୍ତୁ ଆଉ ତାପରେ ସେଥିରେ ଗୁଜୁରାତି ମିଶାନ୍ତୁ । ତାପରେ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ପେଷ୍ଟ ହୋଇଗଲା ପରେ ତାକୁ ଏକ ପାତ୍ରରେ କାଢି ଏଥିରେ ନଡ଼ିଆ ପାଉଡର, ବେକିଂ ସୋଡା ଏବଂ କ୍ଷୀର ମିଶାଇ ଭଲଭାବେ ଚକଟନ୍ତୁ । ଏହା ଭଲଭବେ ଚକଟି ହୋଇଗଲା ପରେ ତାକୁ ଛୋଟ ଛୋଟ ଗୁଳା କରି ମଝିରେ କାଜୁ ଖଣ୍ଡ ଦେଇ ଗୁଲାବଯାମୁନ ଆକାରର ଗୁଳା କରନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଏବଂ ଲହୁଣୀ ରଖନ୍ତୁ ଓ ଏହାକୁ ମଧ୍ୟମ ତାପରେ ଗରମ କରିବା ପାଇଁ ଛାଡ଼ିଦିଅନ୍ତୁ । ଏବେ ପ୍ରସ୍ତୁତ ଛୋଟ ଛୋଟ ଗୁଳାକୁ ଛାଣି ଦିଅନ୍ତୁ । ଏହା ଭଲଭାବେ ଛାଣି ହୋଇଗଲା ପରେ ତାକୁ କାଢି ଚିନି ସିରାରେ ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁସ୍ୱାଦୁ ଗୋଲାପଜାମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.