କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ); କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଚାଲିଛି ଅଙ୍କକଷା । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ରେସରେ ମୁଁ ନାହିଁ ବୋଲି ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ଆସନ୍ତାକାଲି ସକାଳେ ବିଧାୟକ ଦଳ ବୈଠକ ଓ ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ । ମୁଖ୍ୟମନ୍ତ୍ରୀ ରେସରେ ନାହାନ୍ତି ବୋଲି ଗତକାଲି ଦିଲ୍ଲୀରୁ ଫେରିବା ପରେ ଏହି ସୂଚନା ଦେଇଛନ୍ତି ମନମୋହନ ସାମଲ। ତେବେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି । ମନମୋହନ ସାମଲ, କେଭି ସିଂହଦେଓ, ମୋହନ ମାଝିଙ୍କ ପରେ ଏବେ ଏହି ରେସରେ ଯୋଡ଼ି ହୋଇଛି ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ନାଁ । ଆହୁରି ମଧ୍ୟ ସୂର୍ଯ୍ୟବଂଶୀ ସୂରଜ ଏବଂ ସୁରମା ପାଢ଼ୀଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍ ପାଇଁ ଚର୍ଚ୍ଚା ହେଉଛି ।

ତେବେ ବିଜେପି ହାଇକମାଣ୍ଡ କାହା ନାମ ଘୋଷଣା କରୁଛନ୍ତି ତାକୁ ଅପେକ୍ଷା । ଆଜି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେପି ନଡ୍ଡା ଯୋଗ ଦେବେ । ବିଜୟପାଲ ସିଂ ତୋମାର, ମାନସ ମହାନ୍ତିଙ୍କ ସହ ବୈଠକ ସରିଛି । ଏପଟେ ଦିଲ୍ଲୀରୁ ଫେରିବା ପରେ ବିଜୟ ପାଲ ସିଂ ତୋମାରଙ୍କ ପ୍ରତିକ୍ରିୟା ।  ଓଡିଶା ଲୋକଙ୍କ ଆଶୀର୍ବାଦରେ ରାଜ୍ୟରେ ବିଜୟୀ ହୋଇଛି ବିଜେପି। ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କିଛି ନିଷ୍ପତି ହୋଇ ନାହିଁ । ଆସନ୍ତାକାଲି ବିଧାୟକ ଦଳ ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଜୟ ପାଲ ସିଂ ତୋମା ର।

Leave A Reply

Your email address will not be published.