ଦେଖୁ ଦେଖୁ ଆଖି ପିଛୁଳାକେ ଲାଗିଗଲା ନିଆଁ, ହେଲେ କେମିତି?

ବାସୁଦେବପୁର(କେନ୍ୟୁଜ): ବାପ୍ ରେ ବାପ୍ କି ଧୂଆଁ । ଏ କି ଭୟଙ୍କର ଦୃଶ୍ୟ । ବିଚ୍ ରାସ୍ତାରେ ପୁଣି ଆମ୍ବୁଲାନ୍ସଟି ଏମିତି କଣ ହୁତୁ ହୁତୁ ହୋଇ ଜଳି ଉଠୁଛି । କିଏ କଣ ନିଆଁ ଲଗାଇ ଦେଇଛି ନା ଅଆଉ କଣ ହେଉଛି । କିଛି ବି ବୁଝାପଡୁନି । ଆଉ ଗାଡି ଭିତରେ କେହି ନାହାନ୍ତି ତ? ଏପଟେ ଲୋକଙ୍କ ଗହଳି । ହୋ ହହ୍ଲା ପକାଉଛନ୍ତି । କଣ କରିବେ, କେମିତି ଏଇ ନିଆଁକୁ ଲିଭାଇବେ କିିଛି ବି ସେମାନଙ୍କ ମୁଣ୍ଡରେ ପଶୁନି । ଏସବୁ ଦେଖି ଆଉ ସମ୍ଭାଳି ପାରିଲୁନି । ପାଖକୁ ଯାଇ ବୁଝିଲା ବେଳକୁ ଘଟଣା କିଛି ଏମିତି ଥିଲା ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ ହଠାତ୍ ଜଳି ଉଠିଥିଲା ୧୦୮ ଆମ୍ବୁଲାନ୍ସ ଗାଡିଟି । ତେବେ ଯାହା ସୂଚନା ମିଳିଛି କି, ଗତକାଲି ଅପରାହ୍ନରେ ବେତଡା ପେଟ୍ରୋଲ ପମ୍ପ ନିକଟରେ ଏକ ମିନି ଟ୍ରକ୍ ଏକ ମୋଟର ସାଇକେଲକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଖସି ପଳାଇଯାଇଥିଲା । ଏତିକି ବେଳେ ମୋଟର ସାଇକେଲ ଆରୋହୀ ଜଣକ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡି ଛଟପଟ ହେଉଥିଲେ । ଏତିକିବେଳେ ପାଖ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ତୁରନ୍ତପହଞ୍ଚି ଦୁର୍ଘଟଣା ଗସ୍ତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

କିଛି ସମୟ ଭିତରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ରାସ୍ତା କଡ଼ରେ ଗାଡି ଛିଡା କରିଥିଲା । ରୋଗୀଙ୍କୁ ଗାଡ଼ିରେ ଚଢାଉ ଥିବା ବେଳେ ହଠାତ୍ ଆମ୍ବୁଲାନ୍ସ ଭିତରେ କଣ ଠୋ ଠା ହୋଇ ଫାଟିଥିଲା । ଆଉ ଦେଖୁ ଦେଖୁ ଆଖି ପିଛୁଳାକେ ନିଆଁ ଲାଗି ଯାଇଥିଲା । କାଳ ବିଳମ୍ବ ନକରି ସାଙ୍ଗେ ସାଙ୍ଗେ ଗାଡ଼ିରେ ଥିବା ରୋଗୀ ଜଣକୁ ବାହାରକୁ ବାହାର କରିବା ସହିତ ଗାଡିର କର୍ମଚାରୀ ମାନେ ବହାରକୁ ଡେଉଁ ପଡିଥିଲେ ।

ଏପଟେ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । ହେଲେ ସେତିକି ବେଳକୁ ଆମ୍ବୁଲାନ୍ସଟି ସମ୍ପୂଣ ଜଳି ପୋଡି ଯାଇଥିଲା । କିନ୍ତୁ ସେ ଯାହା ବି ହେଉ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡରୁ ଭଗବାନଙ୍କ ଆଶିର୍ବାଦରୁ ଅଳ୍ପକେ ବର୍ତି ଯାଇଛନ୍ତି ଗାଡିର ଡ୍ରାଇଭର ଓ ରୋଗୀ ।

 

Leave A Reply

Your email address will not be published.