Below header

ଗଣିତ ଶିକ୍ଷକଙ୍କ ବିଧାରେ ଛାତ୍ର ଗୁରୁତର, ସୁନ୍ଦରଗଡରୁ ଗଲେ ବୁର୍ଲା ଡାକ୍ତରଖାନା

ସୁନ୍ଦରଗଡ଼ (କେନ୍ୟୁଜ୍) : ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଛଟେନପାଲି ଆବାସିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଆହତ ଛାତ୍ରଙ୍କ ନାଁ ଅନୀଶ୍ ପୃଷେଠ । ତାଙ୍କୁ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ଅନୁଯାୟୀ ଛାତ୍ରାବାସରେ ସମସ୍ତ ଛାତ୍ର ପାଠ ପଢ଼ୁଥିବା ବେଳେ ଗଣିତ ଶିକ୍ଷକ ଆସି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଅନୀଶକୁ ପଛପଟୁ ବିଧା ମାରିଥିଲେ । ପରେ ଛାତ୍ର ଜଣକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ବିନା କାରଣରେ ସବୁବେଳେ ଶିକ୍ଷକ ମାଡ ମାରୁଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆମେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ, ଏପରି କିଛି ଘଟଣା ତାଙ୍କ ନଜରକୁ ଆସିନଥିବା କହିଛନ୍ତି । ଏହାସହ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିକ୍ରିୟା ରଖିବା ପାଇଁ ମନା କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.