ପାକିସ୍ତାନରେ ଫୁଟିଲା ଲଙ୍କା ବମ୍, ରାଗରେ ଲାଲ ହେଲା ଟମାଟୋ

ପାକିସ୍ତାନର ଲୋକଙ୍କ ଉପରେ ଏବେ ଲଙ୍କା ବମ ପଡିଛି । ଲଙ୍କାର ଦାମ୍ ୪୦୦ ଟଙ୍କା ପ୍ରତି କିଲୋ ଛୁଇଁଛି । କିଛି ଦିନ ପୂର୍ବରୁ ସେଠାରେ ଟମାଟୋର ଦାମ୍ ଆକାଶ ଛୁଆଁ ଥିଲା । ସେହିଭଳି ସରକାର ମଧ୍ୟ ବେପାରୀଙ୍କୁ ଏହି ଦୁଇ ପରିବା ନ ବିକିବା କାରଣରୁ ଜରିମାନା ଲଗାଉଛନ୍ତି। ଏବେ ଲଙ୍କାର ଭାଉ ବଢିବା କାରଣରୁ ଲୋକମାନଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି ।

ଏମିତି ଭାବରେ ହେଲା ସ୍ଥିତି

୧୪ ଫେବ୍ରୁୟାରୀରେ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି । ଭାରତ ପରିବା ରପ୍ତାନୀରେ ୨୦୦ ପ୍ରତିଶତ ଟ୍ୟାକ୍ସ ଲଗାଇଛି । ଏହା ଦ୍ୱାରା ପାକିସ୍ତାନରେ ପରିବା ଦରଦାମ ବୃଦ୍ଧି ପାଇଛି ।

୨୪ ଟଙ୍କା ଟମାଟୋ ଏବେ ୨୦୦ ଟଙ୍କା

tomatoesଭାରତର କୃଷକମାନେ ପାକିସ୍ତାନକୁ ପରିବା ରପ୍ତାନୀ କରିବା ବନ୍ଦ କରି ଦେଇଛନ୍ତି । ସେଠାରେ କିଲୋ ପ୍ରତି ୨୪ ଟଙ୍କା ଥିବା ଟମାଟୋର ଦାମ ଏବେ ୨୦୦ଟଙ୍କା ଛୁଇଁଛି । ଦୋକାନ ଗୁଡିକରୁ ଧୀରେ ଧୀରେ ଟମାଟୋ ହଜି ଯାଉଛି । କାରଣ ଦାମ୍ ବଢିବା କାରଣରୁ ଲୋକମାନେ ଟମାଟୋ କିଣିବା ବନ୍ଦ କରି ଦେଇଛନ୍ତି ।

ସବୁଜ ଲଙ୍କା ହେଲା ରାଗ

ଟମାଟୋ ଭଳି କଞ୍ଚା ଲଙ୍କା ମଧ୍ୟ ପାକିସ୍ତାନ ପାଇଁ ଅଧିକ ରାଗ ହୋଇଯାଇଛି । ୨୦୧୮ରେ ଲଙ୍କା ଦାମ ୧୦୦ ଟଙ୍କାରୁ କମ୍ ଥିଲା । କିନ୍ତୁ ଚଳିତ ମାସ ୪୦୦ ଟଙ୍କା ପ୍ରତି କିଲୋ ଛୁଇଁଛି । ପରିବା ଦୋକାନରୁ ସମ୍ପୂର୍ଣ୍ଣ ଭାବରେ ଲଙ୍କା ଗାଏବ ହୋଇଯାଉଛି ।

Jwala-chilliସରକାର ଲଗାଇଲେ ଜରିମାନା

ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ପରିବା ବ୍ୟାପାରୀ ଏହି ଦୁଇଟି ପରିବା ବିକ୍ରୀ କଲେ ଜରିମାନା ଆଦାୟ କରୁଛନ୍ତି । ସରକାର ଏହି ଦୁଇଟି ଦ୍ରବ୍ୟ ପାଇଁ ଏକ ମୂଲ୍ୟ ନିର୍ଦ୍ଧାରଣ କରିଦେଇଛନ୍ତି । ପାକିସ୍ତାନକୁ ଟମାଟୋ ଏବଂ କଞ୍ଚା ଲଙ୍କା ଭାରତ ବ୍ୟତୀତ ସିନ୍ଧ ଏବଂ ବେଲୁଚିସ୍ଥାନ କରେ । କିନ୍ତୁ ଏହି ଦୁଇ ସ୍ଥାନରେ ବର୍ଷା ହେଉଥିବା କାରଣରୁ ଫସଲ ନଷ୍ଟ ହୋଇଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.