Below header

ମୃତ୍ୟୁର ସୌଦାଗର : ୪୯ ଜୀବନ ନେବା ପରେ ବି ମୁହଁରେ ଥିଲା ହସ

ଖ୍ରୀଷ୍ଟଚର୍ଚ୍ଚ : ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ଅଞ୍ଚଳରେ ଦୁଇଟି ମସଜିଦ ଉପରେ ଆଖିବୁଜା ଗୁଳି ଚଳାଇ ୪୯ ଲୋକଙ୍କ ଜୀବନ ନେଇଥିବା ମୁଖ୍ୟ ଅଭିଯୁକ୍ତ ବ୍ରଟେନ ହ୍ୟାରିସନ ଟୋରେଣ୍ଟକୁ ଗିରଫ କରି କୋର୍ଟ ଚାଲାଣ କାରାଯାଇଛି । କୋର୍ଟରେ ହାଜର ହେବା ପୂର୍ବରୁ ଟୋରେଣ୍ଟକୁ କଏଦୀର ପୋଷାକ ଓ ହାତରେ ହାତକଡି ପିନ୍ଧା ଯାଇଥିଲା । ଏହି ଅବସାରେ ତାକୁ ଜଜ୍‌ଙ୍କ ସାମ୍ନାକୁ ନିଆଯାଇଥିଲା । କୋର୍ଟ ପରିସରରେ ଟୋରେଣ୍ଟ କାଳେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ ତେଣୁ ଦୁଇ ପାଖରେ ତାର ସୁରକ୍ଷା ଅଧିକାରୀ ସତର୍କତାର ସହ ଜଗି ରହିଥିଲେ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ୪୯ ଜୀବନ ନେବା ପରେ ମଧ୍ୟ ଟୋରେଣ୍ଟ ମୁହିଁରେ ଟିକେଏବି ଗ୍ଳାନି କିମ୍ବା ପଶ୍ଚାତାପର ଚିହ୍ନ ଦେଖିବାକୁ ମିଳିନଥିଲା । କୋର୍ଟ କାର୍ଯ୍ୟ ଚାଲୁଥିଲା ବେଳେ କାଠଗଡାରେ ଠିଆ ହୋଇ ସ୍ମିତ ହସ ଦେଉଥିଲା ।

CHRIST CHURCH ACCUSED-3

ଜଣେ ଛୁରୀ ଧରି ଗୋଡ଼ାଇଲେ

ଟୋରେଣ୍ଟର ଏହି କାର୍ଯ୍ୟକଳାପ ଦେଖି ଜଣେ ଅଚିହ୍ନା ବ୍ୟକ୍ତି ହାତରେ ଛୁରୀ ଧରି ତାକୁ ମାରିବାକୁ ଉଦ୍ୟମ କରିଥିଲେ । ତେବେ ପୋଲିସ ତାଙ୍କୁ କାବୁ କରି ନେଇଥିଲା । ନ୍ୟୁଜିଲାଣ୍ଡ ଇତିହାସରେ ଏହା ସବୁଠାରୁ ବଡ ଗଣହତ୍ୟା ଥିଲା । ଏହାକୁ ରଚିଥିବା ବ୍ରିଟେନ ହ୍ୟାରିସନ ଟୋରେଣ୍ଟ, ଶୁଣାଣି ଶେଷ ପର୍ଯ୍ୟନ୍ତ ଚୁପଚାପ୍‌ ଠିଆ ହୋଇ ରହିଥିଲା । ତେବେ ମିଡିଆ ଗ୍ୟାଲେରୀ ଆଡକୁ ବାରମ୍ବାର ଚାହୁଁଥିଲା । ଏହି ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫ ତାରିଖରେ ହେବାକୁ ଥିବା ବେଳେ ଟୋରେଣ୍ଟକୁ ପୋଲିସ ହେପାଜତରେ ରଖାଯାଇଛି । ଯେହେତୁ ଏତେବଡ ହତ୍ୟାକାଣ୍ଡ ରଚିଥିବା ଟୋରେଣ୍ଟ ଉପରେ ସାଧାରଣ ଲୋକଙ୍କ ଆକ୍ରୋଶ ରହିଛି ତେଣୁ ସୁରକ୍ଷା ଦୃଷ୍ଟିରୁ ତା ମାଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଛି ।

ଦେଶରେ ମାରଣାସ୍ତ୍ର ଆଇନ୍‌ରେ ପରିବର୍ତ୍ତନ ହେବ

ନ୍ୟୁଜଲ୍ୟାଣ୍ଡର ପ୍ରଧାନ ମନ୍ତ୍ରୀ ଜୈସିଣ୍ଡା ଅର୍ଡର୍ଣ୍ଣର୍ ଦେଶରେ ମାରଣାସ୍ତ୍ର ଆଇନ୍‌ରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ସଂକେତ ଦେଇଛନ୍ତି । ଟୋରେଣ୍ଟ ପାଖରେ ‘A’ କ୍ୟାଟାଗୋରୀର ବନ୍ଧୁକ ଲାଇସେନ୍ସ ଥିଲା । ଯାହା ସାହାଯ୍ୟରେ ସେ ୫ଟି ବନ୍ଧୁକ କିଣିଥିଲା । ଆଉ ଏହି ବନ୍ଧୁକ ସାହାଯ୍ୟରେ ସେ ଖେଳିଥିଲା ରକ୍ତରେ ହୋଲି ।

ଭାରତୀୟଙ୍କୁ ଠାବ ପାଇଁ ଉଦ୍ୟମ

ସୂଚନା ମିଳିଛି କି, ଏହି ହମଲାରେ ୯ ଭାରତୀୟଙ୍କ ପତ୍ତା ମିଳିନଥିବା ବେଳେ ୨ ଭାରତୀୟ ମୃତ୍ୟବରଣ କରିଛନ୍ତି । ହେଲେ ଏହାର ସବିଶେଷ ତଥ୍ୟ ନ୍ୟୁଜିଲାଣ୍ଡ ସରକାରଙ୍କ ତରଫରୁ ମିଳିପାରି ନାହିଁ । ସେପଟେ ଆଜି ଗୋଟିଏ ଜାଗାରେ ମୃତକମାନଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ପୋଲିସ୍‌କୁ ପ୍ରଶଂସା

ମୃତକଙ୍କ ଉଦ୍ଦେଶ୍ୟ ଆଜି ଖ୍ରୀଷ୍ଟଚର୍ଚ୍ଚର ଅନେକ ସ୍ଥାନରେ ସାଧାରଣ ଲୋକେ ଫୁଲତୋଡ଼ା ଅର୍ପଣ କରିଥିଲେ । ତେବେ ସ୍ଥାନୀୟ ପୋଲିସ୍‌ ସେସବୁକୁ ନେଇ ନରସଂହାର ଘଟିଥିବା ଅଲ୍‌ ନୁର ମସଜିଦ୍‌ ନିକଟରେ ରଖି ଦେଇଥିଲେ । ପୋଲିସ୍‌ର ଏହି କାର୍ଯ୍ୟକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.