Below header

ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ, ଆସନ୍ତା ୩୧ ତାରିଖରେ ବଲାଙ୍ଗିରରେ ପାଳନ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୩୧ ତାରିଖରେ ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା। ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଶୁଲିଆ ପୀଠାରେ ଆଦିବାସୀ ଓ ମହୋତ୍ସବ କମିଟିର ବୈଠକରେ ଏହା ନିଷ୍ପତ୍ତି ହୋଇଛି। ଦୀର୍ଘବର୍ଷ ଧରି ବଳୀ ପ୍ରଥାକୁ ନେଇ ବିବାଦ ଚାଲିଥିବା ବେଳେ ଦୁଇ ବର୍ଷ ହେବ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆଦିବାସୀଙ୍କ ପରମ୍ପରା ଉପରେ କେହି ହସ୍ତକ୍ଷେପ କରିବେ ନାହିଁ କହି ଆଦିବାସୀମାନେ ପଶୁ ପକ୍ଷୀଙ୍କୁ ବଳି ଦେଉଥିଲେ । ଚଳିତ ବର୍ଷ ବିରଞ୍ଚି କୁଅଁର କହିଛନ୍ତି ମୁଖ୍ୟ ପୀଠରେ କେହି ପୂଜା କରି ପାରିବେ ନାହିଁ। ତେଣୁ ଏବେ ଆଉ ଏକ ବିବାଦ ଦେଖାଦେଇଛି। ଆଦିବାସଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ । ଚଳିତବର୍ଷ ୩ ଦିନ ଧରି ଶୁଲିଆ ମହୋତ୍ସବ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.