କିସ୍‌ରେ ହେବ ରଗ୍‌ବୀ ହାଇ ପରଫରମାନ୍ସ ସେଣ୍ଟର, କିସ୍‌-କିଟ୍‌ ଓ ଭାରତୀୟ ରଗ୍‌ବୀ ଫୁଟ୍‌ବଲ୍‌ ସଂଘ ମଧ୍ୟରେ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର

କେନ୍ୟୁଜ୍(ବ୍ୟୁରୋ):   କିସ୍‌ରେ ହେବ ରଗ୍‌ବୀ ହାଇ ପରଫରମାନ୍ସ ସେଣ୍ଟର । ଏନେଇ କିସ୍‌-କିଟ୍‌ ଓ ଭାରତୀୟ ରଗ୍‌ବୀ ଫୁଟ୍‌ବଲ୍‌ ସଂଘ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ଇର୍‌ଫୁ ସଭାପତି ମହେଶ ମଥାଇ ଓ କିଟ୍‌ ଓ କିସ୍‌ ପକ୍ଷରୁ କିସ୍‌ର ମୁଖ୍ୟ କାର୍ଯ୍ୟାନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ସ୍ୱାକ୍ଷର କରିଥିଲେ । ଏହି ବୁଝାମଣା ଅନୁସାରେ ଇର୍‌ଫୁ ଓ ଓଡ଼ିଶା ରଗ୍‌ବୀ ଫୁଟବଲ୍‌ ସଂଘ ଯେଭଳି ବିଭିନ୍ନ ଅନୁଷ୍ଠାନକୁ ରଗ୍‌ବୀ ଖେଳ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କିଟ୍‌-କିସ୍‌ ମଧ୍ୟ ସେହିଭଳି ପ୍ରୋତ୍ସାହନ ଯୋଗାଇ ଦେବ । ଇର୍‌ଫୁ ଓ ଓର୍‌ଫା ପକ୍ଷରୁ ବିଭିନ୍ନ ସ୍ତରରେ ଆୟୋଜିତ ହେଉଥିବା ରଗ୍‌ବୀ ଫୁଟବଲ୍‌ ପ୍ରତିଯୋଗିତା ଗୁଡ଼ିକୁ ବିଭିନ୍ନ ଅନୁଷ୍ଠାନ ଯେଭଳି ପ୍ରତ୍ସାହନ ଯୋଗାଇ ଦେଉଛନ୍ତି, ଏଣିକି କିଟ୍‌ ଓ କିସ୍‌ ସେଭଳି ପ୍ରୋତ୍ସାହନ ଯୋଗାଇ ଦେବ ।

kiss rugby 1ଇର୍‌ଫୁ ଓ ଓର୍‌ଫାର ବିଭିନ୍ନ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଟିମ୍‌ର ପ୍ରସାରଣ ସାମଗ୍ରୀରେ କିଟ୍‌ ଓ କିସ୍‌ର ନାମ ଓ ଲୋଗୋ ସ୍ଥାନ ପାଇବା ସହ ସମସ୍ତ ଗଣମାଧ୍ୟମରେ କିଟ୍‌ କିସ୍‌ ସହଯୋଗୀ ପ୍ରାୟୋଜକ ଭାବେ ଉଲ୍ଲେଖ ରହିବ । ୨୦୦୫ ମସିହାରେ ଓଡ଼ିଶାରେ ରଗ୍‌ବୀ ଫୁଟବଲର ପ୍ରସାର କରାଇ ଆସୁଥିବାରୁ ଇର୍‌ଫୁ ଓ ଓର୍‌ଫା ପକ୍ଷରୁ କିସ୍‌ କିଟ୍‌କୁ ଏହି ସୁଯୋଗ ଦିଆଯାଇଛି । କାର୍ଯ୍ୟକ୍ରମରେ ଓର୍‌ଫା ସଂପାଦକ ଉପେନ୍ଦ୍ର ମହାନ୍ତି, ସଭାପତି ପ୍ରିୟଦର୍ଶୀ ମିଶ୍ର, କିଟ୍‌ କ୍ରିଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, କିସ୍‌ର ଉପକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାତ୍ର, ରଗ୍‌ବୀ ଇଣ୍ଡିଆର ସହକାରୀ କୋଚ୍‌ ମାନସ ଜେନା ଓ କିସ୍‌ କ୍ରୀଡ଼ା ଉପନିର୍ଦ୍ଦେଶକ ରୁଦ୍ରକେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.