Below header

କେନ୍ଦୁଝର: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡଦେଲେ ଶିକ୍ଷକ, ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବା ସହ ବାଡିରେ ନିର୍ଦ୍ଧୁମ ଛେଚିଲେ

କେନ୍ୟୁଜ୍(ବ୍ୟୁରୋ): ନିର୍ଦ୍ଦୟ ଶିକ୍ଷକ। ସ୍କୁଲ ବାରଣ୍ଡାରେ ଆଣ୍ଠେଇବା ସହ ବାଡିରେ ନିର୍ଦ୍ଧୁମ ଛେଚିଲେ। ପାଠ ନ ଆସିବାରୁ ଛାତ୍ରଛାତ୍ରୀଙ୍କୁ ଦେଲେ ଅକଥନୀୟ ନିର୍ଯାତନା। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲ ଶିକ୍ଷକ ରତି ନାରାୟଣ ରାଉତ ପାଠ ପଢାଉଥିବାବେଳେ ଛାତ୍ରଛାତ୍ରୀମାନେ ଉତ୍ତର ଦେଇପାରିନଥିଲେ। ଏହାପରେ ଶିକ୍ଷକ ଜଣକ ରାଗିଯାଇ ଛାତ୍ରଛାତ୍ରୀଙ୍କୁ ଗାଇଗୋରୁ ଭଳି ପିଟିଯାଇଥିଲେ। ପିଲାମାନେ କାନ୍ଦି କାନ୍ଦି ଯେତେ ନେହୁରା ହୋଇଥିଲେ ମଧ୍ୟ ଶିକ୍ଷକ କିଛି ବି ଶୁଣିନଥିଲେ ନିର୍ଦ୍ଦୟ ଶିକ୍ଷକ। ଅନ୍ୟପଟେ ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ସ୍କୁଲକୁ ଯାଇ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.