Below header

ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ, ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର

ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ୬ ମାସ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରି ଜାରି ହୋଇଛି ବିଜ୍ଞପ୍ତି। ୨୦୨୪ ଜୁନ୍ ୩୦ ତାରିଖ ଯାଏ ପ୍ରଦୀପ ଜେନାଙ୍କ ଚାକିରି ଅବଧି ବୃଦ୍ଧି ହୋଇଛି।

ଭୁବନେଶ୍ୱର : ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ୬ ମାସ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରି ଜାରି ହୋଇଛି ବିଜ୍ଞପ୍ତି। ୨୦୨୪ ଜୁନ୍ ୩୦ ତାରିଖ ଯାଏ ପ୍ରଦୀପ ଜେନାଙ୍କ ଚାକିରି ଅବଧି ବୃଦ୍ଧି ହୋଇଛି। ଆସନ୍ତା ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିଲା। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ରହିଛି। ଏଭଳି ସ୍ଥିତିରେ ଚର୍ଚ୍ଚା ହେଉଥିଲା କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ ଜେନା। ସେହିପରି ଆସନ୍ତା ୩୧ ତାରିଖରେ ସରୁଛି ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହେବ ନା କାହାକୁ ନୂଆ ନିଯୁକ୍ତି ମିଳିବ ତାଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.