Below header

ଆଜି ଜନ୍ମ ମାଟିରେ ପହଞ୍ଚିବ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଦେବାଶିଷଙ୍କ ମୃତ୍ୟୁ ଖବର ତାଙ୍କ ପରିବାରଠାରୁ ଆରମ୍ଭ କରି ସାରା ରାଜ୍ୟକୁ ଶୋକରେ ବୁଡ଼ାଇ ଦେଇଛି । ଆଉ ଯବାନଙ୍କ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ଆଜି ଜନ୍ମ ମାଟିରେ ପହଞ୍ଚିବ ଦେବାଶିଷ ବିଶ୍ୱାଳଙ୍କ ପାର୍ଥୀବ ଶରୀର।

ଭୁବନେଶ୍ୱର (କେନ୍ୟୁଜ) : ଆଜି ଭୁବନେଶ୍ୱରରେ ପହଞ୍ଚିଲା ବୀର ଯବାନ ଲାନ୍‌ସ ନାଏକ ଦେବାଶିଷ ବିଶ୍ୱାଳଙ୍କ ମରଶରୀର । ସହିଦଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ଦେବାଶିଷଙ୍କ ମୃତ୍ୟୁ ଖବର ତାଙ୍କ ପରିବାରଠାରୁ ଆରମ୍ଭ କରି ସାରା ରାଜ୍ୟକୁ ଶୋକରେ ବୁଡ଼ାଇ ଦେଇଛି । ଆଉ ଯବାନଙ୍କ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଅନୁକମ୍ପା ରାଶି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ପୁଞ୍ଚ୍‌ରେ ଗୁରୁବାର ସେନା ଗାଡ଼ିରେ ଯାଉଥିବା ବେଳେ ଆତଙ୍କୀ ହମ୍‌ଲାରେ ରାଷ୍ଟ୍ରୀୟ ରାଇଫଲ୍‌ସର ୫ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ୪ ଜଣ ପଞ୍ଜାବର ଥିବା ବେଳେ ସହିଦ ହୋଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅଳଗୁମର ଯବାନ ଦେବାଶିଷ । ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍‌ସରେ ୨୦୧୩ ମସିହାରେ ନିଯୁକ୍ତି ପାଇଥିଲେ । ଆତଙ୍କବାଦୀ ହମ୍‌ଲାରେ ତାଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା। ସହିଦ ଦେବାଶିଷ ସ୍ମୃତିକୁ ମନେ ପକାଇ ସମସ୍ତେ ଝୁରୁଛନ୍ତି । ପୁଅକୁ ହରାଇ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି । ପରିବାର, ସଂପର୍କୀୟଙ୍କ ସହ ପୂରା ଗାଁ ସ୍ତବଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.