Below header

ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏସୀୟ ହକିରେ ଜିତିଥିଲେ ବ୍ରୋଞ୍ଜ

ଭାରତୀୟ ହକି ଟିମର ଓଡ଼ିଶା ଝିଅ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର । ଏସୀୟ କ୍ରୀଡ଼ାରେ ଭାରତ ବ୍ରୋଞ୍ଚ ଜିତିବା ପରେ ଦୀପଗ୍ରେସ ଏକ୍କାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା ।

ଭୁବନେଶ୍ୱର (କେନ୍ୟୁଜ): ଭାରତୀୟ ହକି ଟିମର ଓଡ଼ିଶା ଝିଅ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର । ଏସୀୟ କ୍ରୀଡ଼ାରେ ଭାରତ ବ୍ରୋଞ୍ଚ ଜିତିବା ପରେ ଦୀପଗ୍ରେସ ଏକ୍କାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା । ଏହି ଟିମରେ ଥିଲେ ସୁନ୍ଦରଗଡ଼ର ଝିଅ ଦୀପଗ୍ରେସ । ସେ ଉପଅଧିନାୟିକା ଥିଲେ । ଶୁଭେଚ୍ଛା ଜଣାଇବା ଦୀପଗ୍ରେସଙ୍କୁ ରାଜ୍ୟର ଯୁବଗୋଷ୍ଠୀଙ୍କ ରୋଲ ମଡେଲ୍ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ସେ ଦେଶକୁ ଗୌରବାନ୍ବିତ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ଲୁଲକିଡିହି ଗାଁର ଦୀପଗ୍ରେସ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି । ୨୦୧୧ରେ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ଏଯାଏ ଭାରତ ପାଇଁ ୨୫୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି ଦୀପଗ୍ରେସ । ୨୦୨୦ ରିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ଥିଲେ । ସେ ୨୦୧୩ ମହିଳା ଏସିଆ କପରେ ବ୍ରୋଞ୍ଜ, ୨୦୧୬ ଏସିଆନ୍ ଚାମ୍ପିଅନସିପ୍ ଟ୍ରଫିରେ ସ୍ବର୍ଣ୍ଣ, ୨୦୧୭ ଏସିଆ କପ୍ ସ୍ବର୍ଣ୍ଣ ଓ ୨୦୧୮ ଏସିଆନ୍ ଚାମ୍ପିଅନସିପ୍ ଟ୍ରଫି ରୌପ୍ୟ ବିଜେତା ଟିମରେ ଥିଲା ଦୀପଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.