ନିଆଳିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨ ଗୁରୁତର, ୩ ଆହତ

କଟକ ଜିଲ୍ଲା ନିଆଳି ଥାନା ସରାକୋର ଗାଁରେ ଗୋଷ୍ଠୀ ସଂଘର୍ଷ । ଫଳରେ ଏଥିରେ ଦୁଇ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନିଆଳି (କେନ୍ୟୁଜ): କଟକ ଜିଲ୍ଲା ନିଆଳି ଥାନା ସରାକୋର ଗାଁରେ ଗୋଷ୍ଠୀ ସଂଘର୍ଷ । ଫଳରେ ଏଥିରେ ଦୁଇ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ସରକୋରା ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏହିକ୍ରମରେ ଗୋଟିଏ ଗୋଷ୍ଠୀର ଲୋକେ ବିଲକୁ କାମ କରିବାକୁ ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ବ୍ୟକ୍ତିଙ୍କ ପେଟରେ ମାରଣାସ୍ତ୍ର ଭୂଷି ଦେଇଥିବା ହୋଇଥିବା ଜଣାପଡିଛି ।ସେହିପରି ଏହି ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.