ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ୍‌ ଉପରେ ଆକ୍ସନ; YouTube ଓ Telegramରୁ ହଟିଲା ୨୫ ଲକ୍ଷ ଭିଡିଓ ଏବଂ ୯୪ ଲକ୍ଷ ଚ୍ୟାନେଲ୍‌

ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ୍‌ ରୋକିବା ପାଇଁ ଆଇଟି ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ଆଦେଶକୁ ମାନିଛନ୍ତି ୟୁଟ୍ୟୁବ୍‌ ଏବଂ ଟେଲିଗ୍ରାମ। ମନ୍ତ୍ରଣାଳୟ ପକ୍ଷରୁ ନୋଟିସର ଜବାବ ଦେଇଛନ୍ତି ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟଫର୍ମ।

ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ୍‌ ରୋକିବା ପାଇଁ ଆଇଟି ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ଆଦେଶକୁ ମାନିଛନ୍ତି ୟୁଟ୍ୟୁବ୍‌ ଏବଂ ଟେଲିଗ୍ରାମ। ମନ୍ତ୍ରଣାଳୟ ପକ୍ଷରୁ ନୋଟିସର ଜବାବ ଦେଇଛନ୍ତି ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟଫର୍ମ। ୟୁଟ୍ୟୁବ ଏବଂ ଟେଲିଗ୍ରାମ ପକ୍ଷରୁ କୁହାଯାଇଛି ଯେ ଏହିପରି କଣ୍ଟେଣ୍ଟ୍‌ର ପ୍ରସାର କରି ନୀତି ଉଲ୍ଲଂଘନ କରୁଥିବା ୯୪ ହଜାରରୁ ଅଧିକ ଚ୍ୟାନେଲକୁ ହଟାଇ ଦିଆଯାଇଛି। ଏହା ସହିତ ୨୫ ଲକ୍ଷରୁ ଅଧିକ ଭିଡିଓ ମଧ୍ୟ ହଟାଯାଇଛି।

ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଏପରି କାର୍ଯ୍ୟକଳାପ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି। ନୋଟିସ୍‌ର ଜବାବରେ କୁହାଯାଇଛି ଯେ ଏପରି କଣ୍ଟେଣ୍ଟ୍‌ ବନ୍ଦ କରିବା ପାଇଁ ସେମାନେ ଜିରୋ ଟଲେରାନ୍ସ ନୀତି ଉପରେ କାର୍ଯ୍ୟ କରୁଛନ୍ତି। ଯେଉଁମାନେ ନାବାଳକଙ୍କୁ ବିପଦରେ ପକାଉଥିବା କଣ୍ଟେଣ୍ଟ୍‌ ପବ୍ଲିସ୍‌ କରୁଛନ୍ତି, ସେମାନଙ୍କ କଣ୍ଟେଣ୍ଟ୍‌କୁ ଗ୍ରହଣ କରାଯାଇପାରିବ ନାହିଁ।

ଅନ୍‌ଲାଇନରେ ନାବାଳିକଙ୍କୁ ଶୋଷଣ କରୁଥିବା କଣ୍ଟେଣ୍ଟ୍‌କୁ ରୋକିବା ପାଇଁ ଟେକ୍ନିକାଲ୍‌ ଟିମ୍‌ ଲାଗିଛନ୍ତି। ଯଦି କୌଣସି କଣ୍ଟେଣ୍ଟ୍‌ ମିଳୁଛି, ତା’ ହେଲେ ତୁରନ୍ତ ଏହାକୁ ହଟାଯାଉଛି। ଆମେ ନାବାଳିକ ଏବଂ ସେମାନଙ୍କ ପରିବାର ସହିତ ଛିଡ଼ା ହୋଇଛୁ। ସେମାନଙ୍କ ସୁରକ୍ଷା ପାଇଁ ବିଶେଷଜ୍ଞଙ୍କ ସହିତ ଆଲୋଚନା ଜାରି ରହିବ।

ଉଭୟଙ୍କ ପକ୍ଷରୁ କୁହାଯାଇଛି ଯେ ଗୁଗଲର ମାଲିକାନା ହିସାବରେ ସେମାନେ ପୂର୍ବରୁ ହିଁ ଏହିପରି କଣ୍ଟେଣ୍ଟ୍‌ ସହିତ ଡିଲିଂ କରିଆସୁଛନ୍ତି। ଆଗକୁ ମଧ୍ୟ ଜାରି ରଖିବେ। ୟୁଟ୍ୟୁବର ପ୍ରବକ୍ତା କହିଛନ୍ତି ଯେ ନାବାଳକଙ୍କୁ ନେଇ ତିଆରି ଭିଡିଓକୁ ବର୍ଗୀକୃତ କରି ସୀମିତ କରାଯାଉଛି। ସେମାନେ ଲାଇଭ ସୁବିଧାକୁ ମଧ୍ୟ ବ୍ୟାନ୍‌ କରିଦିଅନ୍ତି। ଟେଲିଗ୍ରାମ ତରଫରୁ କୁହାଯାଇଛି ଯେ ଅକ୍ଟୋବର ୬ରେ ସେମାନେ ୨୧୧୪ଟି ଗ୍ରୁପ୍‌ ଏବଂ ଚ୍ୟାନେଲକୁ ବ୍ୟାନ୍‌ କରିଛନ୍ତି।