Below header

ଆଫଗାନିସ୍ତାନ ଭୂମିକମ୍ପ : ମୃତକଙ୍କ ସଂଖ୍ୟା ୨୦୦୦ ଟପିଲାଣି, ତାଲିବାନ ମାଗିଲା ସହାୟତା

ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି । ମୃତକଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିପାରେ । ସେହିପରି ପାଖାପାଖି ୬୦୦ ଘର ଭୁଷୁଡ଼ିଛି ଆଉ ୧୨ଟି ଗାଁ ପ୍ରଭାବିତ ହୋଇଛି ।

ମୃତ୍ୟର ବିଭିଷିକା ରଚିଛି ଆଫଗାନ ଭୂକମ୍ପ । ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ୨୦୫୩ ଛୁଇଁଲାଣି ମୃତ୍ୟୁ ସଂଖ୍ୟା । ମୃତକଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିପାରେ। ସେହିପରି ପାଖାପାଖି ୬୦୦ ଘର ଭୁଷୁଡ଼ିଛି ଆଉ ୧୨ଟି ଗାଁ ପ୍ରଭାବିତ ହୋଇଛି । ମାଟି ତଳୁ ଖୋଜା ଚାଲିଛି ଜୀବନର ସନ୍ଧାନ । ରେସ୍କ୍ୟୁ ଅପରେସନ ଜୋରଦାର ଚାଲିଛି।

ଆଫଗାନିସ୍ତାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ମୁଖପାତ୍ର ଅବ୍ଦୁଲ୍ ୱହିଦ୍ ରେୟାନ୍ କହିଛନ୍ତି, ମୂଳ ରିପୋର୍ଟରେ ଯାହା ଉଲ୍ଲେଖ ଅଛି ବାସ୍ତବ ମୃତ୍ୟୁସଂଖ୍ୟା ତା’ଠାରୁ ଢେର୍ ଅଧିକ । ପ୍ରାୟ ୧୨ଟି ଗାଁ ଧ୍ବଂସ ହୋଇଯାଇଛି ଓ ଅସଂଖ୍ୟ ସାଧାରଣ ଜନତା ଭଗ୍ନସ୍ତୁପ ରେ ପୋତି ହୋଇ ପଡ଼ିଛନ୍ତି। ଆମେ ଜରୁରୀ ସହାୟତା ଲୋଡୁଛୁ । ସୁରକ୍ଷା ଏଜେନ୍ସୀ ଭଗ୍ନସ୍ତୁପ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସାହାଯ୍ୟ ମାଗିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆହତଙ୍କୁ ହସପିଟାଲ ପହଞ୍ଚାଇବା ପାଇଁ ୧୨ଟି ଆମ୍ବୁଲାନ୍ସ ପଠାଇଛି । ଟେଲିଫୋନ ଲାଇନ ଠପ୍‌ ଦେବା ଯୋଗୁଁ ସଠିକ ସୂଚନା ମିଳିପାରୁନାହିଁ ।

ସୂଚନାଯୋଗ୍ୟ, ଶନିବାର ୩୦ ମିନିଟ ଭିତରେ ୩ ଥର ଦୋହଲିଥିଲା ଆଫଗାନିସ୍ତାନ । ୪ଟି ବଡ଼ ଝଟକା ଲାଗିଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅପରାହ୍ଣ ୧୨ଟା ୧୧ ମିନିଟରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧ । ଏହା ପରେ ୧୨ଟା ୧୯ରେ ପୁଣି ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୬ । ୧୨ଟା ୪୨ ମିନିଟରେ ୬.୨ ତୀବ୍ରତାର ଝଟକା ଲାଗିଥିଲା ଏବଂ ଦିନ ୧ଟା ୧୦ ମିନିଟରେ ୫.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ହେରାଟ ସହରର ଉତ୍ତରପଶ୍ଚିମ ଦିଗରେ ୪୦ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି ।

ପୂର୍ବରୁ ୨୦୨୨ରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପ୍ରାୟ ୧୦୦୦ରୁ  ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୫୦୦ରୁ ଅଧିକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.