ଶରୀର ପାଇଁ ଲାଭଦାୟକ ହୋଇଥାଏ ଅମୃତଭଣ୍ଡା ପତ୍ରର ଜୁସ୍‌, ଜାଣନ୍ତୁ ଏହା କେତେ ଦୂର ଠିକ୍‌

ଡେଙ୍ଗୁରେ ପ୍ରତି ବର୍ଷ ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି । ଯେତେବେଳେ ଡେଙ୍ଗୁ ହୋଇଥାଏ, ସେତେବେଳେ ପ୍ରାୟତଃ ଲୋକମାନେ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଘରୋଇ ଉପାୟ ଖୋଜିଥାନ୍ତି । କୁହାଯାଏ ଯେ ଡେଙ୍ଗୁ ହୋଇଥିଲେ ଅମୃତଭଣ୍ଡା ପତ୍ର ଔଷଧ ଭାବେ କାମରେ ଆସିଥାଏ । ତେବେ ଆସନ୍ତୁ ଜାଣିବା ଯେ ପ୍ରକୃତରେ ଡେଙ୍ଗୁ ଚିକିତ୍ସାରେ କେତେ ପ୍ରଭାବଶାଳୀ ହୋଇଥାଲ ଅମୃତଭଣ୍ଡା ପତ୍ର ।

ବର୍ତ୍ତମାନ ପରିବର୍ତ୍ତନ ହେଉଥିବା ସମୟରେ ଲୋକମାନେ ଅନେକ ପ୍ରକାରର ରୋଗର ସମ୍ମୁଖୀନ ହେଉଛନ୍ତି । ତେବେ ଏତେ ସବୁ ରୋଗର ସମସ୍ୟା ମଧ୍ୟରେ ଡେଙ୍ଗୁ ଏକ ଗମ୍ଭୀର ରୋଗ ଭାବେ ସାମ୍ନାକୁ ଆସିଛି । ଡେଙ୍ଗୁରେ ପ୍ରତି ବର୍ଷ ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି । ଯେତେବେଳେ ଡେଙ୍ଗୁ ହୋଇଥାଏ, ସେତେବେଳେ ପ୍ରାୟତଃ ଲୋକମାନେ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଘରୋଇ ଉପାୟ ଖୋଜିଥାନ୍ତି । କୁହାଯାଏ ଯେ ଡେଙ୍ଗୁ ହୋଇଥିଲେ ଅମୃତଭଣ୍ଡା ପତ୍ର ଔଷଧ ଭାବେ କାମରେ ଆସିଥାଏ । ତେବେ ଆସନ୍ତୁ ଜାଣିବା ଯେ ପ୍ରକୃତରେ ଡେଙ୍ଗୁ ଚିକିତ୍ସାରେ କେତେ ପ୍ରଭାବଶାଳୀ ହୋଇଥାଏ ଏହି ଅମୃତଭଣ୍ଡା ପତ୍ର ।

ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ରିପୋର୍ଟ ଅନୁସାରେ, ଡେଙ୍ଗୁ ଜ୍ୱରରୁ ବଞ୍ଚିବା ପାଇଁ ଅମୃତଭଣ୍ଡା ପତ୍ର ଶରୀର ପାଇଁ ଅନେକ ପ୍ରଭାବଶାଳୀ ହୋଇଥାଏ । ଅନୁସନ୍ଧାନକାରୀମାନେ ୪୫ ବର୍ଷର ଜଣେ ଡେଙ୍ଗୁ ରୋଗୀଙ୍କ ଉପରେ ରିସର୍ଚ୍ଚ କରିଥିଲେ, ଯାହାଙ୍କୁ ଡେଙ୍ଗୁ ମଶା କାମୁଡିଥିଲେ । ସେହି ରୋଗୀଙ୍କୁ ସକାଳ ଓ ସନ୍ଧ୍ୟାରେ ପାଞ୍ଚ ଦିନ ପ୍ରର୍ଯ୍ୟନ୍ତ ଅମୃତଭଣ୍ଡାର ଜୁସ୍‌ ପିଇବା ପାଇଁ ଦିଆଗଲା । ଚିକିତ୍ସା ପୂର୍ବରୁ ରୋଗୀର ରକ୍ତ ପରୀକ୍ଷା କରାଯାଇଥିଲା ଏବଂ ବ୍ୟକ୍ତିଙ୍କର ଶରୀରରେ କମ୍‌ ସଂଖ୍ୟକ ପ୍ଲେଟଲେଟ୍‌, ଧଳା ରକ୍ତ କଣିକା ଏବଂ ନିଉଟ୍ରୋଫିଲ୍‌ ମିଳିଥିଲା । ହେଲେ ସେହି ରୋଗୀଙ୍କୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅମୃତଭଣ୍ଡାର ଜୁସ୍‌ ପିଇବା ପାଇଁ ଦିଆଯାଇଥିଲା । ଜୁସ୍‌ ପିଇବା ପରେ ରୋଗୀର ଶରୀରରେ ପ୍ଲେଟଲେଟ୍‌ ମାତ୍ରା ବଢିଯାଇଥିଲା । ଏଣେୁ ଅନୁସନ୍ଧାନକାରୀଙ୍କ କହିବା ମୁତାବକ, ଅମୃତଭଣ୍ଡା ପତ୍ର ଡେଙ୍ଗୁ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରଭାବଶାଳୀ ହୋଇଥାଏ । ଏହା ବ୍ୟତୀତ ଅମୃତଭଣ୍ଡା ପତ୍ର ଅନ୍ୟ ରୋଗର ଚିକିତ୍ସା ମଧ୍ୟ ବ୍ୟବହାର କରାଯାଇପାରିବ ।

ଅମୃତଭଣ୍ଡା ପତ୍ରରେ ମିଳିଥିବା କିଛି ରାସୟନିକ ଓ ପୋଷକ ତତ୍ତ୍ୱ ଶରୀରରେ ପ୍ଲେଟଲେଟ୍‌ ସଂଖ୍ୟା ବଢାଇବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡା ପତ୍ରରେ କାର୍ପେଣ୍ଟାଇନ୍‌, ଭିଟାମିନ୍‌ ସି, ଫାଇବର, ଫୋଲେଟ୍‌ ଏବଂ ଭିଟାମିନ୍‌ ଏ ଭଳି ତତ୍ତ୍ୱ ମିଳିଥାଏ । ଯାହା ପ୍ଲେଟ୍‌ଲେଟ୍‌ ଉତ୍ପାଦନ ଏବଂ ନିର୍ମାଣ କରିବାରେ ସାହାଯ୍ୟ କରେ । କାର୍ପେଣ୍ଟାଇନ୍‌ ଶରୀରରେ ପ୍ଲେଟ୍‌ଲେଟ୍‌ ଉତ୍ପାଦନ ବଢାଇଥାଏ ଓ ଭିଟାମିନ୍‌ ସି, ଫାଇବର ପ୍ଲେଟ୍‌ଲେଟ୍‌ ତିଆରି ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଭିଟାମିନ୍‌ ଏ ର ମଧ୍ୟ ଗୁରତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଶରୀରରେ ଫୋଲେଟ୍‌ ରକ୍ତ ତିଆରି କରିବା ପାଇଁ ଆବଶ୍ୟକ ହୋଇଥାଏ । ତେବେ ଅମୃତଭଣ୍ଡା ଯୋଗୁ ଶରୀରରେ ପ୍ଲେଟ୍‌ଲେଟ୍‌ ସଂଖ୍ୟା ବଢିଇଥାଏ । ହେଲେ ଡେଙ୍ଗୁ ପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.