Below header

ଗାଇଡ ନଥିଲେ ବି ବୁଲିପାରିବେ କଳାଭୂମିର ଗ୍ୟାଲେରୀ, ଇ-ଟୁର ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏଣିକି କୌଣସି କ୍ୟୁରେଟର ବା ଗାଇଡ ନଥିଲେ ମଧ୍ୟ ପର୍ଯ୍ୟଟକ କଳାଭୂମିର ସମସ୍ତ ଗ୍ୟାଲେରୀ ବୁଲିପାରିବେ । ଏଥିପାଇଁ କଳାଭୂମିରେ ଆରମ୍ଭ ହୋଇଛି ଇ-ଟୁର ଗାଇଡ ବ୍ୟବସ୍ଥା । ଖାଲି ସେତିକ ନୁହେଁ ପର୍ଯ୍ୟଟକ ମୋବାଇଲ ମାଧ୍ୟମରେ ଭର୍ଚୁଆଲ ଟୁରରେ ବି ସଂଗ୍ରହାଳୟ ବୁଲିବାର ମଜା ନେଇପାରିବେ। ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର(କେନ୍ୟୁଜ): କଳାଭୂମି ବୁଲାଇବ ଇ-ଟୁର୍‌ ଗାଇଡ। ଏଣିକି କୌଣସି କ୍ୟୁରେଟର ବା ଗାଇଡ ନଥିଲେ ମଧ୍ୟ ପର୍ଯ୍ୟଟକ କଳାଭୂମିର ସମସ୍ତ ଗ୍ୟାଲେରୀ ବୁଲିପାରିବେ । ସଂଗୃହୀତ ସାମଗ୍ରୀ ସମ୍ପର୍କରେ ଯଥେଷ୍ଟ ସୂଚନା ମଧ୍ୟ ପାଇପାରିବେ । ଖାଲି ସେତିକ ନୁହେଁ ପର୍ଯ୍ୟଟକ ମୋବାଇଲ ମାଧ୍ୟମରେ ଭର୍ଚୁଆଲ ଟୁରରେ ବି ସଂଗ୍ରହାଳୟ ବୁଲିବାର ମଜା ନେଇପାରିବେ। ଏଥିପାଇଁ କଳାଭୂମିରେ ଆରମ୍ଭ ହୋଇଛି ଇ-ଟୁର ଗାଇଡ ବ୍ୟବସ୍ଥା । ବୁଧବାର ସନ୍ଧ୍ୟାରେ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନ ଓଡିଶାର ଏକମାତ୍ର ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଇ-ଟୁର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇ-ଟୁର୍‌ ଗାଇଡ଼ ବ୍ୟବସ୍ଥା ୩ଟି ଭାଷାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।

ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ପର୍ଯ୍ୟଟକଙ୍କ ନିକଟତର କରାଇବା ସହ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। କ୍ୟୁଆର କୋଡ ଆଧାରିତ ଏହି ନୂଆ ଇ-ଅଡିଓ ଗାଇଡେଡ୍‌ ଟୁର ବ୍ୟବସ୍ଥା ସମସ୍ତଙ୍କୁ ନୂତନ ଆକର୍ଷଣ ସହ ସ୍ୱାଗତ କରିଛି । ଜଣେ ଚାହିଁଲେ ସଂଗ୍ରହାଳୟୁ ନଆସିବି ପୂରା ସଂଗ୍ରହାଳୟ ବୁଲି ପାରିବେ । ଗୋଟିଲ କ୍ଲିକ୍‌ରେ ବା ମୋବାଇଲ ଆପ୍ଲିକେସନ୍‌ରେ ପୂରା ସଂଗ୍ରହାଳୟ ବୁଲିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇ-ଟିକେଟିଂ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ରୀତା ସାହୁ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର ବାଲ୍‌କ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ପି.କେ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.