Below header

ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ, ତିନି ଦିନ ହେବ ଥିଲେ ନିଖୋଜ

ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ । ତିନି ଦିନ ହେବ ନିଖୋଜ ଥିଲେ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନ ମନ୍ଦିର ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ପାଇ ତିଗିରିଆ ପୋଲିସ୍ ଓ ଅଗ୍ନିଶମ ବିଭାଗ ସହାୟତାରେ କୂଅ ମଧ୍ୟରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଆଠଗଡ଼ (କେନ୍ୟୁଜ): ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ । ତିନି ଦିନ ହେବ ନିଖୋଜ ଥିଲେ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନ ମନ୍ଦିର ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଜଣଙ୍କ ହେଲେ ସନ୍ତୋଷ ଚନ୍ଦ। ଖବର ପାଇ ତିଗିରିଆ ପୋଲିସ୍ ଓ ଅଗ୍ନିଶମ ବିଭାଗ ସହାୟତାରେ କୂଅ ମଧ୍ୟରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନ ମନ୍ଦିର କୂଅରୁ ମୃତଦେହ ଉଦ୍ଧାର ହୋଇଛି । ତିନି ଦିନ ଧରି ଯୁବକ ନିଖୋଜ ଥିବା ନେଇ ତିଗିରିଆ ଥାନାରେ ଏତଲା ଦିଆଯାଇଥିଲା । ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାର ତଦନ୍ତ କରୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.