Below header

୪୮ ଘଣ୍ଟା ପରେ ବି ମିଳୁନି ବାପା-ଝିଅଙ୍କ ପତ୍ତା, ନଦୀ ଭିତରେ ଭିତରେ ସର୍ଚ୍ଚ ଅପରେସନ୍ ଜାରି

୪୮ ଘଣ୍ଟା ପରେ ବି ମିଳୁନି ବାପା-ଝିଅଙ୍କ ପତ୍ତା। ଭଦ୍ରକ ଜିଲ୍ଲା ଆଖୁଆପଦାର ବୈତରଣୀ ବ୍ରିଜ ଉପରୁ ଡେଇଁଥିବା ବାପା-ଝିଅଙ୍କୁ ଖୋଜିବାକୁ ନଦୀ ଭିତରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ବୁଧବାର ରାତିରେ କୁନି ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ।

ଭଦ୍ରକ (କେନ୍ୟୁଜ): ୪୮ ଘଣ୍ଟା ପରେ ବି ମିଳୁନି ବାପା-ଝିଅଙ୍କ ପତ୍ତା। ଭଦ୍ରକ ଜିଲ୍ଲା ଆଖୁଆପଦାର ବୈତରଣୀ ବ୍ରିଜ ଉପରୁ ଡେଇଁଥିବା ବାପା-ଝିଅଙ୍କୁ ଖୋଜିବାକୁ ନଦୀ ଭିତରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜିବାରେ ଲାଗିଛନ୍ତି ।

ବୁଧବାର ରାତିରେ କୁନି ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ । ରାତି ୯ଟା ବେଳେ ବାପା-ଝିଅ ବ୍ରିଜ ଉପରୁ ଡେଇଁଥିଲେ । ପୋଲରେ ରହିଥିଲା ଚନ୍ଦନଙ୍କର ବାଇକ୍, ମୋଵାଇଲ ଫୋନ ଓ ଜୋତା । ଦୁଇ ମାସ ତଳେ ଚନ୍ଦନଙ୍କର ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମାନସିକ ଭାରସାମ୍ୟ ହରାଇ ଚନ୍ଦନ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ବ୍ରିଜ ନିକଟରୁ ତାଙ୍କ ଭଉଣୀକୁ ଫୋନ କରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ । ତେବେ କାହିଁକି ବୈତରଣୀ ନଦୀକୁ ଡେଇଁଲେ ବାପା-ଝିଅ ? ନିଜକୁ ଶେଷ କରିବା ଦେବାକୁ ଚରମ ନିଷ୍ପତ୍ତି ନେଲେ କାହିଁକି ? ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.