Below header

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସୁଛି ଶେଷ ସମନ୍ଵୟ କମିଟି ବୈଠକ

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ସପ୍ତାହେ ବାକି । ଆଜି ବସୁଛି ଶେଷ ରଥଯାତ୍ରା ସମନ୍ଵୟ କମିଟି ବୈଠକ । ଭିଡିଓ କନଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେବେ। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଆଲୋଚନା କରାଯିବ ।

ପୁରୀ(କେନ୍ୟୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ସପ୍ତାହେ ବାକି । ଆଜି ବସୁଛି ଶେଷ ରଥଯାତ୍ରା ସମନ୍ଵୟ କମିଟି ବୈଠକ । ଭିଡିଓ କନଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେବେ । ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଆଲୋଚନା କରାଯିବ ।

ବିଶେଷକରି ପାନୀୟ ଜଳ, ଗମନା ଗମନ, ବିଦ୍ୟୁତ ସରବରାହ, ସ୍ୱାସ୍ଥ୍ୟ, ପରିମଳ ଓ ସୁରକ୍ଷା ଉପରେ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯିବ ।

ଦିନ ୧୧ଟାରେ ଟାଉନ ହଲରେ ବୈଠକ ବସିବାକୁ ଥିବା ବେଳେ ବିଭିନ୍ନ ବିଭାଗର ବିଭାଗୀୟ ମନ୍ତ୍ରୀ, ସଚିବ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ସମେତ ସେବାୟତ ଓ ବୁଦ୍ଧିଜୀବୀ ଉପସ୍ଥିତ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.