ବେଜିଂ ଏୟାରପୋର୍ଟରେ ଲିଓନେଲ ମେସି ଅଟକ,  ଭିଡିଓ ଭାଇରଲ

ଲିଓନେଲ ମେସିଙ୍କୁ ଚୀନ ପୋଲିସ ବେଜିଂ ଏୟାରପୋର୍ଟରେ ଅଟକ ରଖିଥିବା ଭିଡିଓ ଭାଇରଲ । ଭିସା ସମସ୍ୟା ନେଇ ତାଙ୍କୁ ଅଟକ ରଖିଥିଲା ବେଜିଂ ପୋଲିସ। ୩୦ ମିନିଟ୍‌ ପର୍ଯ୍ୟନ୍ତ ଭିସା ସମସ୍ୟା ସମାଧାନ ହେବାରୁ ତାଙ୍କୁ ବାହାରକୁ ବାହାରିବା ପାଇଁ ସୁଯୋଗ ମିଳିଥିଲା ।

ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଚୀନ ପୋଲିସ ବେଜିଂ ଏୟାରପୋର୍ଟରେ ଅଟକ ରଖିଛି । ଖବର ମୁତାବକ, ମେସିଙ୍କ  ଭିସା ସମସ୍ୟା ନେଇ ତାଙ୍କୁ ଅଟକ ରଖାଯାଇଥିବା ଖବର ମିଳିଛି । ୩୦ ମିନିଟ୍‌ ପରେ ସମସ୍ୟା ସାମାଧାନ ହେବା ପରେ ମେସି ଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓରେ ମେସିଙ୍କୁ ପୋଲିସ ଘେରିଥିବା ଦେଖିବାକୁ ମିଳିଛି ।

ଖବର ମୁତାବକ, ପାସପୋର୍ଟ ଏବଂ ଭିସା ଯୋଗୁଁ  ମେସି ବେଜିଂ ଏୟାରପୋର୍ଟରେ ଅଟକ ରହିଥିଲେ । ମେସିଙ୍କ ପାଖରେ ଆର୍ଜେଣ୍ଟିନା ଏବଂ ସ୍ପେନର ପାସପୋର୍ଟ ରହିଛି । କିନ୍ତୁ ଏଠାରେ ସେ ସ୍ପେନର ପାସପୋର୍ଟ ସହିତ ଯାତ୍ରା କରୁଥିଲେ । ତାଙ୍କ ପାଖରେ ଚୀନର ଭିସା ନଥିଲା । ଏଥିପାଇଁ ତାଙ୍କୁ ଏୟାରପୋର୍ଟରେ ଅଟକ ରଖାଯାଇଥିଲା ।

ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ ଏୟାରପୋର୍ଟରେ ଅଟକ ରହିଥିଲେ ମେସି । ପରେ ତାଙ୍କୁ ବାହାରକୁ ଛଡାଯାଇଥିଲା । ସେଠାରେ ତାଙ୍କୁ ଏଣ୍ଟ୍ରି ଭିସା ମିଳିବା ପରେ ସେ ବାହାରିଥିଲେ । ଚୀନ ବିମାନବନ୍ଦରରେ ଗାର୍ଡଙ୍କ ସହିତ ମେସି ଚୀନ ଭାଷାରେ କଥାବାର୍ତ୍ତା ହେବାରେ ସମସ୍ୟା ଭୋଗିଥିଲେ ।

ଜୁନ୍‌ ୧୫ ତାରିଖରେ ଗୁରୁବାର ଦିନ ମେସିଙ୍କ ଟିମ୍‌ ଆର୍ଜେଣ୍ଟିନା ବେଜିଂର ଓକର୍ସ ଷ୍ଟାଡିୟମରେ ଅନ୍ତରାଷ୍ଟ୍ରୀୟ ଫ୍ରେଣ୍ଡଲୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁହେବ । ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭଡିଓ ୧୦ ଜୁନରେ ବୋଲି ଜଣାପଡିଛି । ଭିଡିଓରେ ମେସିଙ୍କୁ ପୋଲିସ ଏୟାରପୋର୍ଟରେ ଘେରିଥିବା ଜଣାପଡିଛି । ପୋଲିସ ସହିତ ମେସି କିଛି କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.