ସମଗ୍ର ଦେଶର ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦି ଏହି ନିଯୁକ୍ତି ପତ୍ର ବାଣ୍ଟିଥିବା ସୂଚନା ମିଳିଛି । ସମଗ୍ର ଦେଶର ୪୩ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଛି । ଏହି ପଦକ୍ଷେପକୁ ସମର୍ଥନ କରିବାକୁ ଯାଇ କେନ୍ଦ୍ର ସରକାର ବିଭାଗ ସହ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ମଧ୍ୟ ନିଯୁକ୍ତି ହେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପାଖାପାଖି ୭୦,୦୦୦ ନୂଆ ଭର୍ତ୍ତି ହୋଇଥିବା ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଫିସ ତରଫରୁ ଏସମ୍ପର୍କରେ ସୂଚନା ମିଳିଛି । ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦି ଏହି ନିଯୁକ୍ତି ପତ୍ର ବାଣ୍ଟିଥିବା ସୂଚନା ମିଳିଛି । ସମଗ୍ର ଦେଶର ୪୩ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଛି । ଏହି ପଦକ୍ଷେପକୁ ସମର୍ଥନ କରିବାକୁ ଯାଇ କେନ୍ଦ୍ର ସରକାର ବିଭାଗ ସହ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ମଧ୍ୟ ନିଯୁକ୍ତି ହେଉଛି ।

ଦେଶରେ ବଛା ଯାଇଥିବା ନୂଆ ନିଯୁକ୍ତି ବିଭିନ୍ନ ସରକାରୀ ବିଭାଗରେ ସାମିଲ ହେବ । ଏଥିରେ ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ରକ୍ଷା ମନ୍ତ୍ରାଳୟ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ପରିବାର କଲ୍ୟାଣ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରାଳୟ, ଅଡିଟ ଏବଂ ଆକାଉଣ୍ଟସ୍‌ ବିଭାଗ, ପରମାଣୁ ଶକ୍ତି ବିଭାଗ ଏବଂ ଗୃହ ମନ୍ତ୍ରାଳୟ ସମେତ ଅନ୍ୟ ବିଭାଗ ସାମିଲ ରହିଛି ।

ବେକାରି ଯୁବକଙ୍କ ରୋଜଗାରକୁ ପ୍ରାଥମିକତା ଦେବା ରୋଜଗାର ମେଳା ଯୋଜନାର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପୂରା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ରୋଜଗାର ମେଳା ଯୁବକମାନଙ୍କୁ ସଶକ୍ତିକରଣ ଏବଂ ରାଷ୍ଟ୍ରିୟ ବିକାଶରେ ଅଂଶ ଗ୍ରହଣ ପାଇଁ ଅବସର ପ୍ରଦାନ କରିବ ।
ନୂଆ ନିଯୁକ୍ତ ହୋଇଥିବା କର୍ମଚାରୀମାନେ ତାଲିମ ନେବା ପାଇଁ କର୍ମକ୍ଷେତ୍ରରେ ଏକ ଅନଲାଇନ ମଡ୍ୟୁଲ ସୁବିଧା ରହିଛି । ଏଠାରେ ଯେକୌଣସି ଉପକରଣ ଶିଖିବା ପାଇଁ ୪୦୦ରୁ ଅଧିକ ଇ-ଲାର୍ଣ୍ଣିଂ ପାଠ୍ୟକ୍ରମ ରହିଛି । ତେବେ ଦେଶର ଯୁବଗୋଷ୍ଠି ଏହି ରୋଜଗାର ମେଳା ଦ୍ୱାରା ଉପକୃତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.