Below header

ପୋଲିସକୁ ମିଳିଛି ବଡ ସଫଳତା, କମି କମି ଆସୁଛି ମାଓବାଦୀଙ୍କ ସଂଖ୍ୟା

ଗଞ୍ଜାମ (କେନ୍ୟୁଜ): କମି କମି ଆସୁଛି ମାଓବାଦୀଙ୍କ ସଂଖ୍ୟା। ମାଓବାଦୀମାନେ ମାଓକାର୍ଯ୍ୟକୁ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଲେଣି। କିଛି ଦିନ ମଧ୍ୟରେ ବହୁ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି। ମାଓ ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି। ଏହାସହ ରମ୍ଭା ଥାନାର ନୂତନ କୋଠା, ଭଞ୍ଜବିହାର ଫାଣ୍ଡି ଓ ବ୍ରହ୍ମପୁର ଗୋଷଣିନୂଆଗାଁ ଥାନାର ନୂତନ କୋଠାର ଉଦଘାଟନ କରିଛନ୍ତି ପୋଲିସ ଡିଜି। ପ୍ରଥମେ ପୋଲିସ ଡିଜି ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନାରେ ପହଞ୍ଚିଥିଲେ। ପରେ ଥାନାର ନୂତନ କୋଠାକୁ ଉଦଘାଟନ କରି ଥାନା ପରିଦର୍ଶନ କରିଥିଲେ।

ବ୍ରହ୍ମପୁର ବଡ଼ ବଜାରରେ କିଛି ଦିନ ତଳେ, ଏଟିଏମ୍‌ ଗାଡି ଲୁଟ୍‌ ଘଟଣାରେ ଖୁବ୍‌ଶୀଘ୍ର ପୋଲିସ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇ ଟଙ୍କା ଉଦ୍ଧାର କରିଥିବା ଘଟଣାକୁ ନେଇ ବ୍ରହ୍ମପୁର ଏସପି ଓ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜିପି। ସହରର ଗୋଷାଣୀନୂଆଗାଁ ଥାନାର ନୂତନ କୋଠାରେ ସମସ୍ତ ବ୍ୟବସ୍ଥା ଥିବା ଓ ସୁନ୍ଦର ଭାବେ ନିର୍ମିତ ହୋଇଥିବା ଯୋଗୁଁ ବ୍ରହ୍ମପୁର ବିଧାୟକ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏହାକୁ ସ୍ୱାଗତ କରିଛନ୍ତି । ପୋଲିସ ଡିଜିଙ୍କ ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ୍‌ ମିଶ୍ର , ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.