ଆଜି କାହ୍ନାଙ୍କୁ ଭୋଗ ଲଗାନ୍ତୁ ମଥୁରା ପେଡା, ଏପରି କରନ୍ତୁ ପ୍ରସ୍ତୁତ୍‌

ଆଜି କୃଷ୍ଣ ଜନ୍ମାଷ୍ଟମୀ। ଆଜି ସବୁଆଡେ କୃଷ୍ଣଙ୍କ ଜନ୍ମୋତ୍ସବକୁ ପାଳୁଛନ୍ତି ଲୋକେ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ପ୍ରକାର ଭୋଗ ଲଗାଯାଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ମଥୁରା ପ୍ରସିଦ୍ଧ ପେଡା କେମିତି ପ୍ରସ୍ତୁତ କରିବା ତାହା ଜଣାଇବୁ। ଯାହାକୁ ଆପଣ ସନ୍ଧ୍ୟାରେ କାହ୍ନାଙ୍କୁ ଭୋଗ ଲଗାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଖୁଆ – ୨୦୦ ଗ୍ରାମ
ଚିନି ପାଉଡର – ୧୨୫ ଗ୍ରାମ
ଘିଅ – ୧ ବଡ ଚାମଚ
କ୍ଷୀର – ୧/୪ କପ୍‌
ମିଲ୍କ ପାଉଡର – ୨ କପ୍‌

ପ୍ରସ୍ତୁତି ପ୍ରଣାଳୀ

  • କଡାରେ ଘିଅ ଗରମ କରି ଧୀମା ଆଞ୍ଚରେ ଖୁଆକୁ ଫ୍ରାଏ କରନ୍ତୁ।
  • ଖୁଆ ଭାଜି ହୋଇଗଲା ପରେ ସେଥିରେ ୨ ବଡ ଚାମଚ କ୍ଷୀର ମିଶାନ୍ତୁ।
  • ଏହାକୁ ସେତେ ପର୍ଯ୍ୟନ୍ତ ମିଶାନ୍ତୁ ଯେତେ ପର୍ଯ୍ୟନ୍ତ କ୍ଷୀର ଖୁଆ ସହିତ ନ ମିଶିଛି।
  • ମିଶ୍ରଣକୁ ଥଣ୍ଡା ହେବା ପାଇଁ ପାତ୍ରରେ ପକାଇ ଦିଅନ୍ତୁ।
  • ଏଥିରେ ଏକ ବଡ ଚାମଚ ଚିନି ମିଶାନ୍ତୁ।
  • ମିଶ୍ରଣ ଯଦି ସୁଖିଲା ଲାଗେ ତାହେଲେ ସେଥିରେ କ୍ଷୀର ମିଶାଇ ମନପସନ୍ଦର ଆକାର ବା ସେପ୍‌ ଦେଇ ପେଡା ପ୍ରସ୍ତୁତ କରନ୍ତୁ।
  • ପେଶି ରଖିଥିବା ଚିନିରେ ପେଡାକୁ ରୋଲ କରିଦିଅନ୍ତୁ।
  • ଏବେ ଆପଣଙ୍କ ମଥୁରା ପେଡା ପ୍ରସ୍ତୁତ ହୋଇଯାଇଛି।
  • ଏହାକୁ ଆପଣ ସର୍ଭିଙ୍ଗ୍‌ ପ୍ଲେଟକୁ ବାହାର କରି କାହ୍ନାଙ୍କୁ ଭୋଗ ଲଗାଇପାରିବେ।
  • ଏହାପରେ ପ୍ରସାଦ ସ୍ୱରୂପ ସମସ୍ତଙ୍କୁ ବାଣ୍ଟନ୍ତ ଏବଂ ନିଜେ ବି ଖାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.