ଡେମୋ ଦେଖାଇଲା ATM ଲୁଟେରା: କେମିତି ବୁଲାଉଥିଲା କଳାକନା ସିନ୍ ରିକ୍ରିଏସନ କରିଛି ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ଡେମୋ ଦେଖାଇଲା ATM ଲୁଟେରା। ATM ଲୁଟ୍‌ ଟେକନିକ୍‌ର କରାଗଲା ସିନ୍‌ ରିକ୍ରିଏସନ୍‌। ବିଭିନ୍ନ ଏଟିଏମ ରେ କେମିତି ଲୁଟ କରାଯାଉଥିଲା ତାହାର ସିନ ରିକ୍ରିଏସନ କରିଛି ପୋଲିସ । ରାଜ୍ୟ ବାହାରର ତିନି ଅପରାଧୀ କଟକ ଭୁବନେଶ୍ୱର ଓ ପୁରୀରେ ୩୦ରୁ ଅଧିକ ଏଟିଏମ ଲୁଟ କରିଥିବା ପୋଲିସ ସୂଚନା ଦେଇଛି ।

ଡିଭାଇସ୍‌ ଲଗାଇ ବାହାର ରାଜ୍ୟର ଲୁଟେରା ଲୁଟ୍‌ କରୁଥିଲେ ATM । ଏହି ଟଙ୍କାକୁ ଗିୟର ବକ୍ସ ନିକଟରେ ଲୁଚାଇ ରଖୁଥିଲେ । ଗତ ୨୫ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଥାନା ନିକଟସ୍ଥ ବଢେଇ ବାଙ୍କ ଛକ ନିକଟରେ ATM ଭାଙ୍ଗି ଲୁଟ୍‌ ଉଦ୍ୟମ କରୁଥିଲେ ଅଭିଯୁକ୍ତ। । ଲୁଟ୍‌ ବେଳେ ୨ ଜଣଙ୍କୁ ସ୍ଥାନୀୟ ଲୋକ କାବୁ କରି ପୋଲିସ ଜିମା ଦେଇଥିଲେ।

ତେବେ ମୁଖ୍ୟ ଅଭିଯୁକ୍ତ ଖସି ଯାଇଥିଲା। ଗତ ୨୬ ତାରିଖରେ ଅନୁଗୁଳରୁ ଗିରଫ କରିଥିଲା ସ୍ପେସାଲ ସ୍କ୍ଵାଡ । ତା ନିକଟରୁ ଏକ ଦାମୀ କାର୍‌ ସହ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା। କାରରେ ବୁଲି ବୁଲି ପୁରୁଣା ATMକୁ ଟାର୍ଗେଟ୍‌ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.