୪ ବର୍ଷର ସମ୍ପର୍କରେ ମାତ୍ର ୪୦ ଦିନ ହିଁ ‘ଶେରଶାହ’ ବିକ୍ରମ ବତ୍ରାଙ୍କ ସହ ଥିଲେ ଡିମ୍ପଲ ଚୀମା, ତଥାପି ଏବେ ଯାଏଁ ଭୁଲିନାହାନ୍ତି ପ୍ରେମକୁ

ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଶେରଶାହ’ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ୍‌ ବିକ୍ରମ ବତ୍ରା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ଡିମ୍ପଲ ଚୀମାଙ୍କ ପ୍ରେମ ଓ ସମର୍ପଣ ଉପରେ ଆଧାରିତ। ଡିମ୍ପଲ ଓ ବିକ୍ରମ ୪ ବର୍ଷ ଧରି ରିଲେସନ୍‌ସିପ୍‌ରେ ଥିଲେ, କିନ୍ତୁ ଏହି ୪ ବର୍ଷ ମଧ୍ୟରେ ସେମାନେ ପରସ୍ପର ସହ ମାତ୍ର ୪୦ ଦିନ ହିଁ ବିତାଇଥିଲେ। ଏ ନେଇ ନିକଟରେ ଜଣାଯାଇଛି।

ଫିଲ୍ମ ‘ଶେରଶାହ’ରେ ସିଦ୍ଧାର୍ଥ ମାଲହୋତ୍ରା ବିକ୍ରମ ବତ୍ରା ଭାବେ ଅଭିନୟ କରିଥିବା ବେଳେ କିଆରା ଆଡଭାନୀ ଡିମ୍ପଲଙ୍କ ଚରିତ୍ରରେ ନଜର ଆସିଛନ୍ତି। କାରଗିଲ ଯୁଦ୍ଧରେ ବିକ୍ରମ ବତ୍ରା ଯେଉଁଭଳି ଭାବେ ବାହାଦୂରୀ ଦେଖାଇଛନ୍ତି, ତାଙ୍କ ଲଭ୍‌ ଲାଇଫ୍‌ ମଧ୍ୟ ସେଭଳି ରୋମାଣ୍ଟିକ୍‌ ଥିଲା। ତାଙ୍କ ଲଭ୍‌ ଲାଇଫ୍‌ ସମସ୍ତଙ୍କୁ ଇମୋସନାଲ କରିଦେଇଛି।

 

View this post on Instagram

 

A post shared by KIARA (@kiaraaliaadvani)


ଫିଲ୍ମର ସ୍କ୍ରିନ୍‌ ରାଇଟର ସନ୍ଦୀପ ଶ୍ରୀବାସ୍ତବ ଫିଲ୍ମରେ ଡିମ୍ପଲ ଚୀମାଙ୍କ ଭୂମିକାକୁ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଫିଲ୍ମୁକୁ ନେଇ ରିସର୍ଚ୍ଚ କରିବା ବେଳେ ସେ ଡିମ୍ପଲଙ୍କ ସହ କଥା ହୋଇଥିଲେ। ଡିମ୍ବଲ ତାଙ୍କୁ କହିଥିଲେ ଯେ ସେ ବିକ୍ରମଙ୍କ ସହ ୪ ବର୍ଷ ଧରି ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସେ ମାତ୍ର ୪୦ ଦିନ ହିଁ ଏକାଠି ବିତାଇଥିଲେ। ଉଭୟେ ପରସ୍ପର ସହ ଖୁବ୍‌ କମ୍‌ ସମୟ ବିତାଇଥିବାରୁ ଫିଲ୍ମରେ କିଆରାଙ୍କ ରୋଲ ସୀମିତ ସମୟ ପାଇଁ ରଖାଯାଇଥିଲା ବୋଲି କହିଛନ୍ତି ସନ୍ଦୀପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.