Below header

ଆୟକର ବିଭାଗର ସବୁଠୁ ବଡ ରେଡ୍, ଟ୍ରକ୍ ରେ ବ୍ୟାଙ୍କକୁ ବୁହା ହେଲା ଟଙ୍କା

୫ଦିନ ହେବ ଚାଲିଥିଲା ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧିରଜ ସାହୁଙ୍କ ସହ ଓଡ଼ିଶାରେ ମଦ ବେପାରର ସାମ୍ରାଜ୍ୟ ବିଛାଇଥିବା ବ୍ୟବସାୟୀଙ୍କ ଲିଙ୍କ୍ ପରଠୁ ଜାରି ରହିଥିଲା ନନଷ୍ଟପ୍ ରେଡ୍ ଏବେ ସରିଛି ନୋଟ୍ ଗଣତି । ତେବେ ଏହି ୫ ଦିନରେ ମୋଟ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମଳିଛି । ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗର ସବୁଠୁ ବଡ଼ ରେଡ ବୋଲି କୁହାଯାଉଛି ।

ମଦ ଉତ୍ପାଦନକାରୀ କମ୍ପାନୀ ଏବଂ ଏହାର ଆନୁଷଙ୍ଗିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ଏତେ ପରିମାଣର ନଗଦ ଟଙ୍କା ମିଳିଥିଲା ​​ଯେ ଆୟକର ବିଭାଗର ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଗଣିତ ନଗଦ ଗଣନା କ୍ରମାଗତ ଭାବେ ୫ ଦିନ ଯାଏଁ ଚାଲିଥିଲା । ପାଞ୍ଚ ଦିନରେ ଜବତ ହୋଇଛି ୪୦୦ କୋଟିରୁ ଅଧିକ ଟଙ୍କା । ଏଜେନ୍ସିର ଯେକୌଣସି ଗୋଟିଏ ଅପରେସନରେ ଏପର୍ଯ୍ୟନ୍ତ ପୁନରୁଦ୍ଧାର ହୋଇଥିବା ଏହା ହେଉଛି ସବୁଠାରୁ ବଡ ପରିମାଣ ବୋଲି ବିଶ୍ୱାସ କରାଯାଏ ।

କେବଳ ଏତିକି ନୁହେଁ, ଏହା ଏପରି ଏକ ଚଢ଼ାଉ ଯେଉଁଥିରେ ସବୁଠାରୁ ଅଧିକ ଟଙ୍କା ଗଣନା କରାଯାଇଛି । ଡିସେମ୍ବର ୨ ତାରିଖରୁ ବୌଦ୍ଧ ଡିଷ୍ଟିଲିରି ପିଭି ଲିମିଟେଡ୍ ଏବଂ ଅନ୍ୟମାନଙ୍କ ବିରୋଧରେ ଏହି ରେଡ ଆରମ୍ଭ ହୋଇଥିଲା । ବ୍ୟାଙ୍କ ଏବଂ ଆୟକର ବିଭାଗର କର୍ମଚାରୀମାନେ ଲଗାତାର ମେସିନରୁ ଏହି ନଗଦ ଟଙ୍କା ସବୁ ଗଣନା କରିଛନ୍ତି । ଏଥିପାଇଁ ଟ୍ରକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ଯାହାଦ୍ୱାରା ନଗଦ ଟଙ୍କା ବ୍ୟାଙ୍କକୁ ପରିବହନ ହୋଇପାରିବ ।

ଡିସେମ୍ବର ୬ରୁ ୧୦ । ୫ଦିନ ହେବ ଚାଲିଥିଲା ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧିରଜ ସାହୁଙ୍କ ସହ ଓଡ଼ିଶାରେ ମଦ ବେପାରର ସାମ୍ରାଜ୍ୟ ବିଛାଇଥିବା ବ୍ୟବସାୟୀଙ୍କ ଲିଙ୍କ୍ ପରଠୁ ଜାରି ରହିଥିଲା ନନଷ୍ଟପ୍ ରେଡ୍ ଏବେ ସରିଛି ନୋଟ୍ ଗଣତି । ତେବେ ଏହି ୫ ଦିନରେ ମୋଟ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମଳିଛି । ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗର ସବୁଠୁ ବଡ଼ ରେଡ ବୋଲି କୁହାଯାଉଛି ।

ସେଥି ମଧ୍ୟରୁ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ଏବଂ ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ । ବର୍ତ୍ତମାନ ଏହି ଜବତ ଟଙ୍କାକୁ ସ୍ଥାନୀୟ ପିଡି ଆକାଉଣ୍ଟରେ ଜମା କରାଯାଉଛି । ଏଥିସହ ବଲାଙ୍ଗୀରରୁ ୬୦ କିଲୋ ସୁନା ଜବତ କରାଯାଇଥିବାର ସୂଚନା ମଧ୍ୟ ମଳିଛି । ଓଡ଼ିଶା ବ୍ୟତୀତ ବାହାର ରାଜ୍ୟରୁ ମଧ୍ୟ ଟଙ୍କା ଜବତ ଆରମ୍ଭ ହୋଇଛି । ଗତକାଲି ଆୟକର ବିଭାଗ ଝାଡଖଣ୍ଡରୁ ନଗଦ ୬ କୋଟି ଟଙ୍କା ଜବତ କରିଛି ।

ଝାଡଖଣ୍ଡରେ ଥିବା ଜୟଶ୍ୱାଲ ଟ୍ରେଡର୍ସରୁ ଏହି ଟଙ୍କା ଜବତ କରାଯାଇଛି । ଓଡ଼ିଶା ଏବଂ ଝାଡଖଣ୍ଡରେ ଏକକାଳୀନ ୩୭ ଟି ଟିମ ୩୭ ଟି ସ୍ଥାନରେ ଚଢାଉ କରି ଏସବୁ ଟଙ୍କା ଜବତ କରିଛି । ୧୭୬ ବ୍ୟାଗରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ପ୍ରାୟ ୨୫ଟି ମେସିନ୍‌ରେ ୫୦ କର୍ମଚାରୀଙ୍କ ଦ୍ୱାରା ଗଣତି ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.