Below header

ଅଧାରେ ରହିଗଲା ଖୁସି: କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ବରକନ୍ୟା ସମେତ ୫ ଜଣଙ୍କ ମୃତ୍ୟୁ

ଘଟିଲା ଭୟଙ୍କର ଦୁର୍ଘଟଣା । କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଫଳରେ ବରକନ୍ୟା ସମେତ ୫ ଜଣଙ୍କ ମୃତ୍ୟୁ । ଛତିଶଗଡ଼ ସ୍ଥିତ ଜାଞ୍ଜଗିର-ଚାମ୍ପା ଜିଲ୍ଲାରେ ଘଟିଛି । ଶିବରିନାରାୟଣ ଟାଉନରେ ବାହାଘର ସରିବା ପରେ ବରକନ୍ୟାଙ୍କୁ ଧରି କାରଟି ପାମଗଡ଼ରୁ ଅକଲତାରା ଆସୁଥିଲା । ପାକାରିଆ ଝୁଲଣ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା ।

ଛତିଶଗଡ଼: ଘଟିଲା ଭୟଙ୍କର ଦୁର୍ଘଟଣା । କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଫଳରେ ବରକନ୍ୟା ସମେତ ୫ ଜଣଙ୍କ ମୃତ୍ୟୁ । ଛତିଶଗଡ଼ ସ୍ଥିତ ଜାଞ୍ଜଗିର-ଚାମ୍ପା ଜିଲ୍ଲାରେ ଘଟିଛି । ଶିବରିନାରାୟଣ ଟାଉନରେ ବାହାଘର ସରିବା ପରେ ବରକନ୍ୟାଙ୍କୁ ଧରି କାରଟି ପାମଗଡ଼ରୁ ଅକଲତାରା ଆସୁଥିଲା । ପାକାରିଆ ଝୁଲଣ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା ।

ଘଟଣାସ୍ଥଳରେ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ବରର ମୃତ୍ୟୁ ହୋଇଯାଇଛି । ବରର ନାଁ ଶୁଭମ ସୋନି ଏବଂ କନ୍ୟାର ନାଁ ନେହା। ଅନ୍ୟ ତିନି ଜଣ ମୃତକ ହେଉଛନ୍ତି ବରକନ୍ୟାଙ୍କ ସମ୍ପର୍କୀୟ । ରବିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ସେଠାରୁ ଫେରାର ହୋଇ ଯାଇଥିଲା । ତେବେ ପୋଲିସ୍ ପରେ ତାକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.